fbpx

୯୭ ହଜାର ପଦବୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଏହି ରାଜ୍ୟ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟରେ ପ୍ରାୟ ୯୭ ହଜାର ପଦବୀ ପୂରଣ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତ୍ୱରିତ ଓ ତ୍ରୁଟିପୂର୍ଣ୍ଣ ଭାବେ ସମସ୍ତ ପରୀକ୍ଷାର ଆୟୋଜନ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ଏହି ସମସ୍ତ ନିଯୁକ୍ତି ଦିଆଯିବ । ଯଦି ଆବଶ୍ୟକ ହୁଏ, ତେବେ ନିୟମରେ ସଂଶୋଧନ ଓ ସରଳୀକରଣ କରାଯିବ । କୌଣସି ପରିସ୍ଥିତିରେ ବି ଏହି ନିଯୁକ୍ତି ପ୍ରକ୍ରିୟା ଅଟକିବ ନାହିଁ ବୋଲି ଆରପିଏସସିର ନବନିର୍ମିତ ଭବନର ଶିଳାନ୍ୟାସ କରିବା ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନିଯୁକ୍ତିକୁ ତ୍ରୁଟିପୂର୍ଣ୍ଣ ରଖିବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ନିଯୁକ୍ତି ପ୍ରକ୍ରିୟା ଅଧାରେ ଅଟକି ରହିବା କାରଣରୁ ଅନେକ ଆଶାୟୀଙ୍କ ମଧ୍ୟରେ ନିରାଶା ଓ ଅସନ୍ତୋଷ ଦେଖାଯାଉଛି । ତେଣୁ ବର୍ତ୍ତମାନ ସେସବୁ ସମସ୍ୟାକୁ ଦୂର କରିବା ନିମିତ୍ତ ପ୍ରୟାସ କରାଯାଉଥିବା ସେ କହିଛନ୍ତି ।

Get real time updates directly on you device, subscribe now.