fbpx
BJD SKY
BJD SKY

NLC Indiaରେ ନିଯୁକ୍ତି ସୁଯୋଗ: ୧୭ ପ୍ରକାର ପଦରେ ଚାକିରି କରିବେ ୮୭୭ ଜଣ ପ୍ରାର୍ଥୀ

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ ଓ ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ଅକ୍ଟୋବର ମାସ ୩୦ ତାରିଖରୁ ଏଥିପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ନଭେମ୍ବର ମାସ ୧୦ ତାରିଖରେ ସମାପ୍ତ ହେବ । ନଭେମ୍ବର ୧୫ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପୋଷ୍ଟାଲରେ ପଠାଇ ପାରିବେ । ଏହାପରେ ନଭେମ୍ବର ୨୭ ତାରିଖରେ ପ୍ରାର୍ଥୀଙ୍କର ଅସ୍ଥାୟୀ ତାଲିକା ୱେବସାଇଟରେ ଜାରି କରାଯିବ । ତା’ପରେ ଡିସେମ୍ବର ମାସ ୧ ତାରିଖରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଆଡମିଶନ ପାଇଁ ଟ୍ରେନିଂ ଦିଆଯିବ ।

ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୪ ବର୍ଷ ଟ୍ରେନିଂ ପାଇଁ ରହିଥିବା ବେଳେ ସିଲେକ୍ଟେଡ ଟ୍ରେଡ ପାଇଁ ୧୮ ବର୍ଷ ରହିଛି । ସର୍ବାଧିକ ବୟସ ୩୫ ବର୍ଷ ରହିଛି । ପ୍ରାର୍ଥୀଙ୍କୁ ଫିଟ୍ଟର, ଟର୍ଣ୍ଣର, ମେକାନିକ (ମୋଟର ଭେହିକିଲ), ଇଲେକ୍ଟ୍ରିସିଆନ, ୱେୟାରମ୍ୟାନ, ମେକାନିକ (ଡିଜେଲ), ମେକାନିକ (ଟ୍ରାକ୍ଟର), କାର୍ପେଣ୍ଟର, ପ୍ଲମ୍ବର, ଷ୍ଟେନୋଗ୍ରାଫର, ୱେଲ୍ଡର, ପାସା ଆଦି ଟ୍ରେଡ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ସେହିପରି କମର୍ସ, କମ୍ପ୍ୟୁଟର ସାଇନ୍ସ, କମ୍ପ୍ୟୁଟର ଆପ୍ଲିକେସନ, ବିଜିନେସ ଆଡମିନିଷ୍ଟ୍ରେସନ, ଜିଓଲୋଜି ଆଦି ନନ-ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ ।

ନୋଟିଫିକେସନ ଲିଙ୍କ: https://www.nlcindia.in/new_website/careers/LDC-net-Advt-2-24-10-23-2.pdf

Get real time updates directly on you device, subscribe now.