fbpx

(Video)ସମୁଦ୍ର ବେଳାଭୂମି ସାଙ୍ଗକୁ ରହିଛି ଏଭଳି ଏକ ଆକର୍ଷଣୀୟ ରାସ୍ତା, ଦେଖିବା ମାତ୍ରେ ହିଁ ବୁଲି ଯିବାକୁ ଇଚ୍ଛା ହେବ

ଓଡିଶା ଭାସ୍କର; ଆମ ବିଶ୍ୱରେ ଏଭଳି କିଛି ସ୍ଥାନ ରହିଛି ଯାହାକୁ ଆମେ କେବେ ନିକଟରୁ ଦେଖି ନାହାନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ତାହାକୁ ଦେଖି ଆମେ ପରିକଳ୍ପନା କରିପାରନ୍ତି ଯେ, ସେହି ସ୍ଥାନଟି ବାସ୍ତବରେ କେତେ ସୁନ୍ଦର ହୋଇଥିବ। ଭିଡିଓରେ ଏହାର ସୌନ୍ଦର୍ଯ୍ୟ ଦେଖିବା ମାତ୍ରେ ହିଁ ସେହି ସ୍ଥାନକୁ ବୁଲି ଯିବା ପାଇଁ ଆମେ ଇଚ୍ଛା ପ୍ରକାଶ କରିଥାନ୍ତି । ତେବେ ଏଭଳି ଏକ ଅବିଶ୍ୱସନୀୟ ସ୍ଥାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଯାହାକୁ ବୁଲି ଦେଖିବା ପାଇଁ ପ୍ରାୟ ସମସ୍ତେ ଇଚ୍ଛା ପ୍ରକଟ କରିଛନ୍ତି।

ଇଣ୍ଡୋନେସିଆର “ବାଲି” ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ଏହାର ହିନ୍ଦୁ ମନ୍ଦିର, ବେଳାଭୂମି, ଜଳପ୍ରପାତ ପାଇଁ ଖୁବ ଜଣାଶୁଣା, ଯାହା ପ୍ରକୃତରେ ପର୍ଯ୍ୟଟକମାନଙ୍କୁ ଅନେକ ଆନନ୍ଦ ଦେଇଥାଏ । ତେବେ ବାଲିର ଲୋକପ୍ରିୟତା ମଧ୍ୟରେ ଇଣ୍ଡୋନେସିଆ ପ୍ରଦେଶର ଏକ ରାସ୍ତା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଦକ୍ଷିଣ କୁଟାର ବାଦୁଙ୍ଗରେ ପାଣ୍ଡୱା ବେଳାଭୂମିକୁ ଯାଉଥିବା ଏହି ରାସ୍ତାଟି ଏକ ଶିଖର ଦେଇ ଖୋଦିତ ହୋଇଛି । ଏହାର ଉଭୟ ପାର୍ଶ୍ୱରେ ଉଚ୍ଚତା ବିଶିଷ୍ଟ କାନ୍ଥ ଅଛି । ଏହି ରାସ୍ତାର ଲମ୍ବ ୩୦୦ ମିଟର ହୋଇଥିବା ବେଳେ ଏହାର ଉଭୟ ପାର୍ଶ୍ୱରେ ୪୦ ମିଟର ଉଚ୍ଚ ଚୂନ ପଥର କାନ୍ଥ ରହିଛି ।

ଖବର ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ପାଖାପାଖି ଦୁଇ ବର୍ଷ ସମୟ ଲାଗିଥିଲା। ଏକ ଶିଖରକୁ ଦୁଇ ଭାଗ କରାଯାଇ ଏହାର ମଧ୍ୟ ଭାଗରେ ରାସ୍ତା ନିର୍ମାଣ କରାଯାଇଛି । ଏହି ଶିଖର ନିକଟରେ ପାଣ୍ଡୱା ନାମକ ଏକ ସମୁଦ୍ର ବେଳାଭୂମି ରହିଛି । ବେଳାଭୂମିକୁ ଯିବା ପାଇଁ ଯାତାୟାତ ସୁବିଧା ସାଙ୍ଗକୁ ରାସ୍ତାଟି ଅତି ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି । ବେଳାଭୂମିକୁ ଯାଉଥିବା ପର୍ଯ୍ୟଟକ ମାନେ ଏହି ରାସ୍ତାକୁ ଖୁବ୍ ଉପଭୋଗ କରିଥା’ନ୍ତି । ତେବେ ଏହି ପ୍ରାକୃତିକ ଓ କୃତିମ ପରିବେଶ ସତରେ ବେଶ ମନଲୋଭା ।

Get real time updates directly on you device, subscribe now.