fbpx
BSKY
BJD MC SKY
BJD MS SKY

Andhra train accident; ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହୋଇ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହ ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ସେହିପରି ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟପଟେ ଦୁର୍ଘଟଣା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଭିତରେ ଥିବା ମଧ୍ୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ସୂଚନା ଥାଉକି, ଜୁନ ୨ରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ପରେ ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏକ ଟ୍ରେନ ଲାଇଚ୍ୟୁତ ହେବା ପରେ ଅନ୍ୟ ୨ଟି ଟ୍ରେନ ଆସି ଧକ୍କା ହୋଇଛନ୍ତି । ଆନ୍ଧ୍ର କଣ୍ଟକାପାଲୀ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଏଭଳି ଭୟଙ୍କ ଦୁର୍ଘଟଣା ଘଟିଛି । ପ୍ରଥମେ ପାଲାସା ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଗୋଟିଏ ବଗି ମେନଲାଇନ ଉପରେ ପଡିଥିଲା । ଏହାପରେ ପଲସା ପାସେଞ୍ଜରକୁ ପଛପଟୁ ଧକ୍କା ଦେଇଥିଲା ରାୟଗଡାକୁ ଯାଉଥିବା ଆଉ ଏକ ପାସେଞ୍ଜର ଟ୍ରେନ । ଏହି ସମୟରେ ମେନ ଲାଇନରେ ଆଉ ଏକ ମାଲବାହୀ ଟ୍ରେନ ଆସୁଥିଲା । ଏହାପରେ ମେନ ଲାଇନରେ ଦୁର୍ଘଟଣା ଗ୍ରସ୍ତ ବଗିକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି । ତେବେ ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା କଥା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଦୁର୍ଘଟଣାରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ପଠାଯାଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ସୂଚନା ମିଳିଛି ।

ସୂଚନା ଯୋଗ୍ୟ, ଏହି ଟ୍ରେନ୍‌ ଦୁର୍ଘଟଣା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଜରୁରୀକାଳୀନ ୩ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେଗୁଡ଼ିକ ହେଲା ୦୬୭୪-୨୩୦୧୬୨୫, ୨୩୦୧୫୨୫ ଓ ୨୩୦୩୦୬୯। ଜରୁରୀକାଳୀନ ସେବା ପାଇଁ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.