fbpx

କୃଷି ବିଜ୍ଞାନୀଙ୍କ ଭୟଙ୍କର ରିପୋର୍ଟ: ଖାଦ୍ୟଶସ୍ୟ ଓ ପନିପରିବାରେ ରହିଥିବା ସୀସା ଓ କ୍ୟାଡମିୟମ ବଢ଼ାଉଛି କିଡନୀ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଉତ୍ପାଦନରେ ରହିଥିବା ସୀସା ଓ କ୍ୟାଡମିୟମ କାରଣରୁ ବଢ଼ୁଛି କିଡନୀ ରୋଗୀ । ଏନେଇ କୃଷି ବିଜ୍ଞାନୀମାନେ ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଦିନକୁ ଦିନ ବିଶ୍ୱରେ କିଡନୀ ରୋଗକୁ ନେଇ ଚିନ୍ତା ବଢ଼ିଚାଲିଥିବା ବେଳେ ଭାରତ ଓ ଓଡ଼ିଶା ଏଥିରୁ ବାଦ ପଡ଼ିନାହିଁ । ତେବେ ଖାଦ୍ୟଶସ୍ୟରେ ରହିଥିବା ଭାରି ଧାତୁ କାରଣରୁ କିଡନୀ ରୋଗ ହୋଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି ।

ସୂଚନା ମୁତାବକ, କୃଷି ବିଜ୍ଞାନୀମାନେ କଟକ ଜିଲ୍ଲାର ନରସିଂହପୁର ବ୍ଲକ ଓ ତା’ର ଆଖପାଖ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଖାଦ୍ୟଶସ୍ୟ ଓ ପନିପରିବା ସହିତ ମାଟିର ନମୂନା ନେଇ ପରୀକ୍ଷା କରିଥିଲେ । ୨୦୨୨ ମସିହା ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୧୮ଟି ନମୂନା ସଂଗ୍ରହ କରାଯାଇଥିଲା । ଧାନ, ମୁଗ, ବିରି ଆଦି ବିଭିନ୍ନ ପ୍ରକାର ପନିପରିବାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତେବେ ଧାନ, ପାଳଙ୍ଗ ଓ ସୋରିଷରେ ଅଧିକ ଧାତୁ ରହିଥିବା ଜଣାପଡ଼ିଥିଲା । ସେଥିରେ ମୁଖ୍ୟତ୍ୟ ସିସା ଓ କ୍ୟାଡମିୟମ ଭଳି ଭାରି ଧାତୁ ରହିଥିବା ଜଣାପଡ଼ିଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଧାର୍ଯ୍ୟ ମାନକ ଠାରୁ ଏହି ଧାତୁର ପରିମାଣ କମ୍ ରହିଛି । ତଥାପି ଏହା କିଡନୀ ବା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ । ଏହି ତିନି ପ୍ରକାର ଧାତୁ କୃଷି ଉତ୍ପାଦନନକୁ ପ୍ରଭାବିତ କରୁଛି । ବର୍ଷା ପାଣିରେ ଧାତୁ ଧୋଇ ହୋଇ ଆସିବା, କଳାକାରଖାନା ଓ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟଜଳ ବିଶୋଧନ ନକରି ନଦୀକୁ ଛାଡ଼ିବା ଫଳରେ କ୍ଷତିକାରକ ଧାତୁ କୃଷି ଉତ୍ପାଦନକୁ କ୍ଷତି ପହଞ୍ଚାଉଛି । ଫଳରେ ତାହାକୁ ସେବନ କରିବା ଫଳରେ ମଣିଷ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଧ୍ୟୟନରୁ ପ୍ରମାଣିତ ହୋଇଛି ।

Get real time updates directly on you device, subscribe now.