fbpx
BJD SKY
BJD SKY

ଇତିହାସ ରଚିଲା ଟିମ୍ ଇଣ୍ଡିଆ: ଭାରତ-ଇଂଲଣ୍ଡ ମ୍ୟାଚରେ ଲେଖାହେଲା ନୂଆ ରେକର୍ଡ

BJD

ନୂଆଦିଲ୍ଲୀ: ଆଜି ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ହରାଇ ସେମିଫାଇଲ ପାଇଁ ନିଜର ପଥ ପରିଷ୍କାର କରିଦେଇଛି । କ୍ରମାଗତ ୫ଟି ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ହେଁ ବୋଲିଂରେ କମାଲ କରି ଦଳ ବିଜୟ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ୱିକେଟ ନେଇଥିବା ମହମ୍ମଦ ସାମୀ ଇଂଲଣ୍ଡ ବିପକ୍ଷରେ ୪ଟି ୱିକେଟ ନେଇ ପୁଣି ଥରେ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ତେବେ ଆଜିର ଏହି ବିଜୟ ଫଳରେ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ଭାରତର ନିମ୍ନ ସ୍କୋରକୁ ଚେଜ୍ କରିନପାରି ଇଂଲଣ୍ଡ ଲଜ୍ଜାଜନକ ଭାବେ ୧୨୯ ରନରେ ଅଲଆଉଟ୍ ହୋଇ ୧୦୦ ରନ ବ୍ୟବଧାନରେ ପରାସ୍ତ ହୋଇଛି । ଗୋଟିଏ ପଟେ ଟିମ୍ ଇଣ୍ଡିଆର ସେମିଫାଇନାଲ ଏଣ୍ଟ୍ରି ଏକପ୍ରକାର ଫାଇନାଲ ହୋଇଯାଇଥିବା ବେଳେ ଇଂଲଣ୍ଡ ଏହି ରେସରୁ ବାହାର ହୋଇଯାଇଛି ।

ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଏହା ଭାରତର ସବୁଠାରୁ ବୃହତ ବ୍ୟବଧାନରେ ବିଜୟ । ଗତ ୧୯୯୯ ବିଶ୍ୱକପରେ ଭାରତ ଇଂଲଣ୍ଡକୁ ୬୩ ରନରେ ପରାସ୍ତ କରିଥିବା ବେଳେ ୨୦୦୩ରେ ୮୨ ରନରେ ପରାସ୍ତ କରିଥିଲା । ୨୦୦୩ ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି । ୨୦୧୧ରେ ମ୍ୟାଚ ଟାଇ ହୋଇଥିବା ବେଳେ ୨୦୧୯ରେ ଇଂଲଣ୍ଡ ଭାରତକୁ ୩୧ ରନରେ ପରାସ୍ତ କରିଥିଲା । ବିଶ୍ୱକପରେ ଦୁଇ ଦଳ ମଧ୍ୟରେ ମୋଟ ୯ଟି ମ୍ୟାଚ ହୋଇଥିବା ବେଳେ ଭାରତ ୪ଟିରେ ଓ ଇଂଲଣ୍ଡ ୩ଟି ବିଜୟୀ ହୋଇଛି । ମୋଟାମୋଟି ଭାବେ ଦୁଇ ଦେଶ ମଧ୍ୟରେ ୧୦୭ଟି ମ୍ୟାଚ ହୋଇଥିବା ବେଳେ ଭାରତ ୫୭ଟିରେ ଓ ଇଂଲଣ୍ଡ ୪୪ଟିରେ ବିଜୟୀ ହୋଇଛି ।

Get real time updates directly on you device, subscribe now.