ପୁଷ୍ପା ଟ୍ରାଜେଡି: ଜୀବିତ ଥାଇ ଶବ ପାଲଟିଲା ୯ ବର୍ଷର ବାଳକ, ଦୁଃଖଭରା ପୋଷ୍ଟ ଶେୟାର କଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ପାନ୍ ଇଣ୍ଡିଆନ୍ ଫିଲ୍ମ ‘ପୁଷ୍ପା୨- ଦ ରୁଲ୍’ ଏବେ ଟ୍ରାଜେଡିର ରୁପ ନେବାରେ ଲାଗିଛି । ପ୍ରଥମେ ମହିଳାଙ୍କ ମୃତ୍ୟୁ, ତା’ ପରେ ଫିଲ୍ମର ନାୟକ ଅଲୁ ଅର୍ଜୁନ ଗିରଫ ଆଉ ଏବେ ଏକ ଦଃଖ ଖବର ଆସିଛି ତା’ପୁଣି ଏକ ଶିଶୁକୁ ନେଇ । ପୁଷ୍ପା-୨ ରିଲିଜ୍ ହେବାର ପୂର୍ବ ରାତିରେ ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ହଠାତ୍ ଯାଇ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ ଯାହା ପରେ ଥିଏଟରରେ ଜମିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏଥିରୁ ୯ ବର୍ଷରବାଳକ ମଧ୍ୟ ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ପିଲାଟି କିମ୍ସରେ ଚିକିତ୍ସିତ ହେଉଥିବାବେଳେ ମଙ୍ଗଳବାର ଶିଶୁର ସ୍ୱାସ୍ଥ୍ୟାବସ୍ଥା ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ମଙ୍ଗଳବାର ହାଇଦ୍ରାବାଦ ସିଟି ପୋଲିସ କମିଶନର ସି.ଭି. ଆନନ୍ଦ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା. ଖ୍ରୀଷ୍ଟିନା କିମ୍ସ ଯାଇ ଶିଶୁର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦଳାଚକଟାରେ ଆହତ ହୋଇଥିବା ଶିଶୁକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଛି । ଆହତ ୯ବର୍ଷର ବାଳକ ଠିକରେ ଶ୍ୱାସକ୍ରିୟା କରିପାରୁ ନାହାନ୍ତି । ଘଟଣାର ୧୪ ଦିନ ପରେ ମଧ୍ୟ ତାଙ୍କ ସ୍ୱାସ୍ତ୍ୟାବସ୍ଥାରେ କୌଣସି ସୁଧାର ଆସିପାରି ନାହିଁ । ତେବେ ଏ ନେଇ ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମର ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ଗିରଫ ପରେ ତାଙ୍କୁ ବାଳକଙ୍କ ପାଖକୁ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ବାରଣ କରାଯାଇଛି । ଆହତ ଶିଶୁର ଚିକିତ୍ସା ସାଙ୍ଗକୁ ପରିବାରର ଆବ୍ୟାକତା ପୁରା କରିବା ପାଇଁ ସେ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବେ । ଏଥିସହ ଶିଶୁଟି ଖୁବ୍ ଶୀଘ୍ର ଭଲ ହେବା ନେଇ ମଧ୍ୟ ସେ ଆଶା ରଖିଥିବାବେଳେ ଖୁବଶୀଘ୍ର ଆହତ ବାଳକ ଏବଂ ତାଙ୍କ ପରିବାର ସହ ଭେଯ କରିବା ନେଇ ଅଲ୍ଲୁ ଅର୍ଜୁନ ଆଶାୟୀ ଥିବା ପୋଷ୍ଟରେ ଲେଖିଛନ୍ତି ।