fbpx

୯୨୨ କୋଟିର ପ୍ରକଳ୍ପକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର,୨୭ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୯୨୨ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମିଳିଛି ମଞ୍ଜୁରି । ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ପୁଞ୍ଜି ନିବେଶକୁ ଅନୁମତି ଦିଆଯାଇଛି । ଶିଳ୍ପ ପ୍ରକଳ୍ପଗୁଡ଼ିକରେ ନିଯୁକ୍ତି ପାଇବେ ୨ ହଜାର ୬୫୦ ଜଣ । ପ୍ରକଳ୍ପର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ତେବେ ଖୋର୍ଦ୍ଧାରେ ପ୍ରିଣ୍ଟେଡ୍‌ ସର୍କିଟ ବୋର୍ଡ କାରଖାନା ପ୍ରତିଷ୍ଠା ହେବ । ଏଥିରେ ୯୬.୮୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଥିରେ ୪୨୫ ଜଣ ନିଯୁକ୍ତି ପାଇବେ । ଖୋର୍ଦ୍ଧା ଡେରାସରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ହେବ । ଏଥିରେ ୮୫.୯୪ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଏଥିରେ ୫୮୦ ଜଣ ନିଯୁକ୍ତି ପାଇବେ ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆମୋଦପ୍ରମୋଦ ପାର୍କ ଖୋଲିବ । ଏଥିରେ ୧୦୭.୧୦ କୋଟି ଟଙ୍କା ଖର୍ଚ୍ଚ ହେବାକଳୁ ଥିବାବେଳେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଭୁବନେଶ୍ୱରରେ ୪ ତାରକା ହୋଟେଲ ଖୋଲିବାକୁ ଅନୁମତି ମିଳିଛି । ଏଥିରେ ଖର୍ଚ୍ଚ ହେବ ୫୯.୦୮ କୋଟି ଓ ୧୬୭ ଜଣଙ୍କୁ ନିଯୁକ୍ତି ମିଳିବ ।

କେନ୍ଦୁଝରରେ ଇସ୍ପାତ କାରଖାନାର ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି । ଏଥିରେ ୫୭୩.୪୧ କୋଟି ଟଙ୍କା ଖର୍ଚ୍ଚ ହେବ ଓ ୯୭୮ଜଣଙ୍କୁ ନିଯୁକ୍ତି ମିଳିବ ।

Get real time updates directly on you device, subscribe now.