fbpx

୪ଡିଗ୍ରୀ ସହ ଆଜି ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର

ଭୁବନେଶ୍ୱର, ୨୮ା୧୨(ଓଡ଼ିଶା ଭାସ୍କର): ରାଜ୍ୟ ସାରା ପ୍ରବଳ ଶୀତ ଲହରି ଜାରି ରହିଛି । ଗୋଟିଏ ଦିନରେ ୧୦ରୁ ୧୨ଡିଗ୍ରୀ ତାପମାତ୍ରା କମିିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଆଭ୍ୟନ୍ତରୀଣ ଜିଲ୍ଲାରେ ୧୦ ଓ ଉପକୂଳ ଜିଲ୍ଲାରେ ୫ଡିଗ୍ରୀ କମିଛି । ୪ଡିଗ୍ରୀ ସହ ଆଜି ସୋନପୁର ରାଜ୍ୟର ସବୁଠୁ ଶୀତଳ ସହର ବୋଲି ଜଣାପଡ଼ିଛି । ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ଥିବା ରେକର୍ଡ଼ କରାଯାଇଛି ।

ଯେମିତିକି ଝାରସୁଗୁଡ଼ା ୫.୮, କେନ୍ଦୁଝର ୫.୬, ଟିଟଲାଗଡ଼ ୫.୬, ଦାରିଙ୍ଗବାଡ଼ି ୭ଡିଗ୍ରୀ, ସମ୍ବଲପୁର ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦ ୯.୮ ଡିଗ୍ରୀ, ବଲାଙ୍ଗିର ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ, ତାଳଚେର ୧୦.୪ଡିଗ୍ରୀ, ଫୁଲବାଣୀ ୧୦.୫, କେରାପୁଟ ୧୦.୬, ଚାନ୍ଦବାଲି ୧୧ଡିଗ୍ରୀ ତାପମାତ୍ରା ରହିଛି । ଏହାସହ ଗୋଟିଏ ଦିନରେ ୪ଡିଗ୍ରୀ କମିଛି ଭୂବନେଶ୍ୱର ତାପମାତ୍ରା । ଭୁବନେଶ୍ୱରରେ ୧୨ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ଼ କରାଯାଇଛି । ଉତ୍ତରପୂର୍ବ ଦିଗରୁ ପବନ ବହୁଥିବାରୁ ଆହୁରି ଏହିପରି ୪ଦିନ ପ୍ରବଳ ଶୀତ ଲାଗି ରହିବ ।
ସେପଟେ କେନ୍ଦୁଝର କାଞ୍ଜିପାଣି ଘାଟିରେ ଓ ସୁନ୍ଦରଗଡ଼ କୋଇଡ଼ାରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.