fbpx

ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଶୀତ ସତର୍କତା ଚିଠି

ଭୁବନେଶ୍ୱର,୨୭ା୧୨(ଓଡ଼ିଶା ଭାସ୍କର): ରାଜ୍ୟରେ ଶୀତ ଲହରିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ଡିସେମ୍ବର ୨୯ ଯାଏ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବାସହୀନ ଲୋକଙ୍କୁ ସ୍କୁଲ ବା ସରକାରୀ କୋଠାରେ ଆଶ୍ରୟ ଦିଆଯିବ । ସେହିପରି ସହରାଞ୍ଚଳରେ ରାତ୍ରି ଆଶ୍ରୟସ୍ଥଳୀର ସୁପରିଚାଳନା କରାଯିବ । ଘନ କୁହୁଡ଼ି ଅଞ୍ଚଳରେ ଯାନ ଚଳାଚଳ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ତେବେ ୬ଟି ଜିଲ୍ଲାରେ ୩ ଦିନ ଯାଏ ଲାଗି ରହିବ ଶୀତ ଲହରି । ସେହି ୬ ଜିଲ୍ଲା ହେଉଛି- ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ । ବାଲେଶ୍ୱରରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.