fbpx

ଜାନୁଆରୀ ୧ରୁ ବଦଳିଯିବ ଏସବିଆଇ ଏଟିଏମର ନିୟମ

ନୂଆଦିଲ୍ଲୀ,୨୭ ।୧୨: ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇର ଏଟିମ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖାସ୍ ଖବର । ୧ ଜାନୁଆରୀରୁ ଟଙ୍କା ଉଠାଣର ନିୟମରେ ପରିବର୍ତ୍ତନ କରିଛି ଏସବିଆଇ ।

ନୂଆ ନିୟମ ଦ୍ୱାରା ଆପଣଙ୍କୁ ଓଟିପି ଜରିଆରେ ଟଙ୍କା ଉଠାଇବାକୁ ସୁବିଧା ମିଳିବ । ଏହି ସୁବିଧାରେ ଯେତେବେଳେ ଆପଣ ଟଙ୍କା ଉଠାଇବା ପାଇଁ ଏଟିଏମ ମେଶିନରେ କାର୍ଡ ଲଗାଇବେ , ସେବେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଓଟିପି ଜେନେରେଟ୍ ହେବ ।

କେତେବେଳେ ଓଟିପି ଦେବେ ?

ନୂଆ ସୁବିଧା ଜରିଆରେ ଗ୍ରାହକ ଯେତେବେଳେ ଟଙ୍କା ଉଠାଇବା ପାଇଁ ରାଶିର ପରିମାଣ ଦେବେ ସେବେ ସ୍କିନ୍ ଉପରେ ଓଟିପି ଏଣ୍ଟର କରିବାକୁ ବିକଳ୍ପ ଆସିବ । ଏହି ଓଟିପିକୁ ସ୍କିନ୍ ଉପରେ ଏଣ୍ଟର କରିବା ପରେ ହିଁ ଆପଣ ଟଙ୍କା ଉଠାଇପାରିବେ ।

ତେବେ ଏସବିଆଇ ଏଟିଏମ୍ କାର୍ଡ ବ୍ୟତିତ ଅନ୍ୟ ଏଟିଏମରେ ଏହି ନିୟମ ଲାଗୁ ହେବ ନାହିଁ । ନୂଆ ନିୟମ ଅନୁସାରେ, ଆପଣ କେବଳ ସକାଳ ୮ଟାରୁ ରାତି ୮ଟା ମଧ୍ୟରେ ଟଙ୍କା ନେଣଦେଣ କରିପାରିବେ । ଏସବିଆଇର ଏହି ନୂଆ ନିୟମ ଦ୍ୱାରା ଆପଣଙ୍କ ଯଙ୍କା ସୁରକ୍ଷିତ ରହିବା ସହ କେହିବି ନକଲି କାର୍ଡ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ନିଜର ମୋବାଇଲ୍ ସୁରକ୍ଷିତ ରଖିବାକୁ ପଡିବ । ତେବେ ସମଗ୍ର ଭାରତରେ ଏସବିଆଇର ୨୨,୦୦୦ ଶାଖା ଥିବାବେଳେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ।

Get real time updates directly on you device, subscribe now.