fbpx

୮୦ ଲକ୍ଷ ଥର ଲେଖି ସାରିଲେଣି ରାମ ନାମ, ଲକ୍ଷ୍ୟ ଏକ କୋଟି ଟପିବେ

ଭୁବନେଶ୍ୱର: ପୁରାଣରେ କୁହାଯାଇଛି ଯେ, କଳି ଯୁଗରେ ଯଦି କେହି ରାମନାମ ଜପ କରିବ ତେବେ ସେ ସ୍ୱର୍ଗ ପ୍ରାପ୍ତି ହେବ । ଏହି ଆଶାରେ ଲୋକମାନେ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ ପାଇବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି । ଏପରି ବି ବହୁ ଭକ୍ତ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ତପ କରୁଛନ୍ତି । କେହି ଗୋଟିଏ ଗୋଡରେ ଛିଡା ହୋଇ ତ ଆଉ କେହି ସାରା ବର୍ଷ ନ ଶୋଇ ଈଶ୍ୱରଙ୍କ ନାମ ଜପ କରୁଥିବାର ଆପଣ ଦେଖିଥିବେ । କିନ୍ତୁ ଆମେ ଏଠି ଜଣେ ୯୪ ବର୍ଷୀୟା ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ରାମ ଭକ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଏହି ମହିଳାଙ୍କ ନାମ ମନ୍ଥା ସୁବାଲକ୍ଷ୍ମୀ ଓ ସେ ଓଡିଶାର ଏକ ବିଦ୍ୱାନ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ସୁବାଲକ୍ଷ୍ମୀ ଏ ପର୍ଯ୍ୟନ୍ତ ୮୦ ଲକ୍ଷ ଥର ରାମ ନାମ ଲେଖି ସାରିଛନ୍ତି ଓ ତାଙ୍କର ଲକ୍ଷ୍ୟ ରହିଛି ଖୁବ୍ ଶୀଘ୍ର ସେ ଏକ କୋଟିରୁ ଅଧିକ ଥର ରାମ ନାମ ଲେଖିବେ । ପିଲାଦିନୁ୍ ତାଙ୍କ ମଧ୍ୟରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥିଲା । ଏବେ ଲୋକମାନେ ତାଙ୍କର ଏପରି ଭକ୍ତି ଭାବ ଦେଖି ତାଙ୍କୁ ଦେଖିବା ଲାଗି ଓ ତାଙ୍କର ଆଶୀର୍ବାଦ ନେବା ଲାଗି ତାଙ୍କ ଘର ନିକଟରେ ରୁଣ୍ଡ ହେଉଛନ୍ତି ।
ଆନ୍ଧ୍ରପ୍ରଦେଶରେ ଲାଗିଥିବା ଏକ ଆଧ୍ୟାତ୍ମିକ ଶିବିରରୁ ତାଙ୍କୁ ରାମ ନାମ ଲେଖିବା ଲାଗି ପ୍ରେରଣା ମିଳିଥିଲା । ତାଙ୍କ ସ୍ୱାମୀ ସ୍ୱର୍ଗତଃ ସର୍ବେଶ୍ୱର ଶାସ୍ତ୍ରୀ ବି ଭଗବାନ ରାମଙ୍କ ନାମ ଜପ କରୁଥିଲେ । ପିଲାଦିନ୍ ସେ ଯେଉଁ ସଂକଳ୍ପ ନେଇଥବଲେ ସେ ଆଜି ୯୪ ବର୍ଷ ବୟସରେ ବି ତାହାକୁ ନେଇ କାର୍ଯ୍ୟ କରି ଚାଲିଛନ୍ତି । ଏବେ ସୁବାଲକ୍ଷ୍ମୀ ଉତ୍ତରାଖଣ୍ଡର ଚମ୍ବାରେ ରହୁଛନ୍ତି । ସେ େଓଠାରେ ଲୋକଙ୍କୁ ରାମନାମ ଲେଖିବାର ମହତ୍ତ୍ୱ ବୁଝାଉଛନ୍ତି ।

Get real time updates directly on you device, subscribe now.