fbpx

ସମ୍ ଓ କିମସରେ ୯୫୦ ‘କରୋନା’ ବେଡ୍

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): କରୋନା ଚିକିତ୍ସା ପାଇଁ ସହଯୋଗ ଲୋଡିଲେ ରାଜ୍ୟ ସରକାର । ଏନେଇ ଘରୋଇ ହସ୍ପିଟାଲର ସହଯୋଗ ଲୋଡିଛନ୍ତି ସରକାର । ସମ୍ ଓ କିମ୍ସ ସହ ଅସ୍ଥାୟୀ ସହ ହସ୍ପିଟାଲ ନିର୍ମାଣ କରିବାକୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କିମ୍ସରେ କରୋନା ପାଇଁ ୪୫୦ ବେଡର ବ୍ୟବସ୍ଥା ହେବ । ବେଡ୍ ବ୍ୟବସ୍ଥା ନେଇ କିମ୍ସ ପ୍ରତିଷ୍ଠାତା ସୂଚନା ଦେଇଛନ୍ତି ।

ସେହିଭଳି ସମରେ ସ୍ୱତନ୍ତ୍ର ଭାବେ ୫୦୦ ବେଡର ବ୍ୟବସ୍ଥା ହେବ । କରୋନା ପାଇଁ ସମରେ ହସ୍ପିଟାଲରେ ଅତିରିକ୍ତ ୨୦ଟି ଆଇସିୟୁ ଖୋଲିବ । ଏନେଇ ସୋଆର ଭିସି ଅଶୋକ ମହାପାତ୍ର ସୂଚନା ଦେଇଛନ୍ତି । ୪ ଦିନ ମଧ୍ୟରେ ଶର୍ଯ୍ୟା ପ୍ରସ୍ତୁତ ରଖିବାକୁ ବୁଝାମଣା ହୋଇଛି ।

Get real time updates directly on you device, subscribe now.