fbpx

ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨୬ା୩(ଓଡ଼ିଶା ଭାସ୍କର): ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେ ଚିଠି ଲେଖିଛନ୍ତି । କରୋନା ପାଇଁ ଦେଶର ସମସ୍ତ ରାଜ୍ୟ ଲକ୍ ଉାଉନ ହୋଇଛି । ଲକ୍ ଡ଼ାଉନ ସମୟରେ ଓଡ଼ିଆମାନେ ବାହାରେ ଫସି ରହିବା ସହ ବହୁ ହଇରାଣ ହେଉଥିବା ସୂଚନା ରହିଛି । ଏନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ସୁବିଧା ଯୋଗାଇବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଏହି ବାବଦରେ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଗୃହ ସଚିବ ସଂଜୀବ ଚୋପ୍ରା ଓ ବରିଷ୍ଠ ଆଇପିଏସ ଅଫିସର ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟ ରାଜ୍ୟର ବ୍ୟକ୍ତି ଓଡ଼ିଶାରେ ଥିଲେ ଜଣାଇବାକୁ ମଧ୍ୟ ନବୀନ କହିଛନ୍ତି । ଏନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସିଧାସଳଖ ତାଙ୍କ ସହ କଥା ହୋଇପାରିବେ ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.