fbpx
BJD SKY
BJD SKY

ଏପ୍ରିଲ ୧୩ରୁ ନବମ ସମେଟିଭ୍‌ ଆସେସ୍‌ମେଣ୍ଟ-୨, ଜାଣନ୍ତୁ ପରୀକ୍ଷା ସୂଚୀ

BJD

କଟକ (ଭାସ୍କରନ୍ୟୁଜ୍‌) : ଆସନ୍ତା ଏପ୍ରିଲ ୧୩ ତାରିଖରୁ ନବମଶ୍ରେଣୀ ସମେଟିଭ୍‌ ଆସେସ୍‌ମେଣ୍ଟ-୨ ପରୀକ୍ଷା ଅନୁଷ୍ଠିତ ହେବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହା ୨୧ ତାରିଖରେ ଶେଷ ହେବ । ଏପ୍ରିଲ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନ୍ୟ ସ୍କୁଲରେ ଏହାର ମୂଲ୍ୟାୟନ କରାଯିବ । ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ୧୬ରେ ଗଣିତ, ୧୮ରେ ବିଜ୍ଞାନ, ୧୯ରେ ପ୍ରଥମ ଭାଷା, ୨୦ରେ ସାମାଜିକ ବିଜ୍ଞାନ ଓ ୨୧ରେ ତୃତୀୟ ଭାଷା ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.