fbpx

ଟ୍ୱିନ୍ ସିଟିର ବାର ଗୁଡ଼ିକରେ ବାଉନ୍‌ସର୍ ମନା, ପ୍ରାଇଭେଟ୍‌ ସୁରକ୍ଷାକର୍ମୀଙ୍କ ନିଯୁକ୍ତିକୁ କମିଶନରେଟ୍‌ ପୋଲିସର ବାରଣ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦ୍ୱେତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌ ଅଞ୍ଚଳରେ ଥିବା ମଦବାର୍‌ ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ୍‌ ସୁରକ୍ଷାକର୍ମୀ/ବାଉନ୍‌ସରମାନଙ୍କୁ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିରୁ ଆସିଛି । ଏହି ପ୍ରକାର ସୁରକ୍ଷାକର୍ମୀମାନଙ୍କ ନାମରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉନ୍‌ସରମାନଙ୍କ ଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାର୍‌ ମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି । ବାରମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସିମାନଙ୍କଠାରୁ ବାର ମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାର୍‌ ମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖିତ ଭାବେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ ।

Get real time updates directly on you device, subscribe now.