(Video) ହସିବା ଓ କାନ୍ଦିବା ଉପରେ କଟକଣା, ନିୟମ ଭାଙ୍ଗିଲେ ମିଳୁଛି କଠୋର ଦଣ୍ଡ

ନୂଆଦିଲ୍ଲୀ: ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ଏବେ କିମ ଜୋଙ୍ଗ ଉନ ସରକାର ହସିବା, ମଦ ପିଇବା ଓ ଘର କିଣିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ନିଷେଧାଦେଶ ୧୧ ଦିନ ପାଇଁ ଲାଗୁ ହୋଇଛି । ଏହାର କାରଣ ହେଉଛି, ପ୍ୟୋଙ୍ଗୟାଙ୍ଗ ନିଜର ପୂର୍ବତନ ନେତା କିମ ଜୋଙ୍ଗ ଇଲଙ୍କ ୧୦ମ ଶବାର୍ଷିକୀ ପାଳନ କରୁଛି । ଏଥିଯୋଗୁଁ ଏପରି ଆଦେଶ ଦିଆଯାଇଛି ।

୧୦ମ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ଚଳିତବର୍ଷ ଏହାର ଅବଧି ୧୧ ଦିନ ରହିବ । ସାଧାରଣତଃ ପ୍ରତିବର୍ଷ ୧୦ ଦିନ ପର୍ଯ୍ୟନ୍ତ ଶୋକ ପାଳନ ହୋଇଥାଏ । ଖବର ମୁତାବକ, ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ୧୧ ଦିନ ପାଇଁ ଦେଶରେ ହସିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହା ସହିତ ମଦ ପିଇବା ବା କୌଣସି ପ୍ରକାରର ଆୟୋଜନ କରିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପୂର୍ବରୁ ଶୋକର ଅବଧି ସମୟରେ ମଦ ପିଇବା ଓ ନିଶାରେ ଧରାପଡିବା ପରେ ଅନେକ ଲୋକଙ୍କ ଗିରଫ କରାଯାଇଥିଲା ଓ ସେମାନଙ୍କୁ ଅପରାଧୀ ଭାବେ ବ୍ୟବହାର କରାଯାଇଥିଲା । ସେମାନଙ୍କୁ ଉଠାଇନେବା ପରେ କେବେ ବି ସେମାନଙ୍କୁ ଦେଖିବାକୁ ମିଳିନଥିଲା । ଶୋକର ଅବଧି ସମୟରେ ଯଦି କାହାର ମୃତ୍ୟୁ ହୁଏ, ତେବେ ଆପଣ ଜୋରରେ କାନ୍ଦି ବି ପାରିବେ ନାହିଁ । କେବଳ ଏତିକି ନୁହେଁ, ୧୧ ଦିନ ପରେ ଆପଣ ଶବର ଅନ୍ତିମ ସଂସ୍କାର କରିପାରିବେ । ଏହି ସମୟରେ ଆପଣ ଜନ୍ମଦିନ ବି ପାଳନ କରିପାରିବେ ନାହିଁ ।

ତେବେ କିମ ଜୋଙ୍ଗ ଉଲଙ୍କର ୨୦୧୧ ମସିହାରେ ୬୯ ବର୍ଷ ବୟସରେ ହାର୍ଟ ହାଟାକ୍ ଯୋଗୁଁ ପରଲୋକ ହୋଇଥିଲା । ୧୯୯୪ରୁ ୨୦୧୧ ପର୍ଯ୍ୟନ୍ତ ସେ ଉତ୍ତର କୋରିଆରେ ଶାସନ କରିଥିଲେ । ତାଙ୍କର ଦେହାନ୍ତ ପରେ କିମ ଜୋଙ୍ଗ ଉନ ଶାସନକୁ ଆସିଥିଲେ ।