fbpx

‘ଅଗ୍ନି-୩’ର ପରୀକ୍ଷଣ

ଭଦ୍ରକ,୩୦ ।୧୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାର ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି-୩’ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଛି । ସନ୍ଧ୍ୟା ୭ଟା ୧୮ରେ ୪ ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଛି । ପ୍ରଥମ ଥର ପାଇଁ ରାତିରେ ପରୀକ୍ଷଣ ହୋଇଛି ଅଗ୍ନି କ୍ଷେପଣାସ୍ତ୍ର । ଏହା ସମୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି । ଏହା ୧୭ ମିଟର ଲମ୍ବ ଓ ୨ ମିଟର ଗୋଲେଇ ବିଶିଷ୍ଟ କ୍ଷେପଣାସ୍ତ୍ର । ତେବେ ଏହି କ୍ଷେପଣାସ୍ତ୍ରର ଓଜନ ୨୨ ହଜାର କିଲୋଗ୍ରାମ ହୋଇଥିବା ବେଳେ ଏହା ୨ ହଜାରରୁ ୨୫ ଶହ କି.ଗ୍ରା. ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ଅଟେ । ଅଗ୍ନି-୩ର ଲକ୍ଷ୍ୟଭେଦ କ୍ଷମତା ୩.୫ ହଜାରରୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି । ଏହାର ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ।

Get real time updates directly on you device, subscribe now.