fbpx

ନାନା ପାଟୋଲେ ହେବେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର,୧ା୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାଚସ୍ପତି ପଦ ପାଇଁ ବିଜେପି ନିର୍ବାଚନ ଲଢ଼ିବନି ବୋଲି ସୂଚନା ମିଳିଛି । ଏହାସହ ବାଚସ୍ପତି ପଦ ପାଇଁ ନାଁ ପ୍ରତ୍ୟାହାର କରିଛି ବିଜେପି । ସେପଟେ ନାନା ପାଟୋଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଉଲ୍ଲେଖଯୋଗ୍ୟ ଯେ କାଳିଦାସ କୋଲମ୍ବକର ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି ଭାବେ ଅଛନ୍ତି । କୋଲମ୍ବକର ମହାରାଷ୍ଟ୍ରର ବିଜେପି ବିଧାୟକ ।

Get real time updates directly on you device, subscribe now.