fbpx

ଆରମ୍ଭ ହେଲା ଟ୍ରାଫିକ୍ ଚେକିଂ, ଗିରଫ ହେଲେ ମଦୁଆ ଡ୍ରାଇଭର

ଭୁବନେଶ୍ୱର, ୧ା୧୨(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଖିଲାପକାରୀଙ୍କଠାରୁ ଜୋରିମାନା ଆଦାୟ ହୋଇଛି । ଏଣିକି ପୋଲିସ ନଥିଲେ ଉଲ୍ଲଙ୍ଘନକାରୀଙ୍କୁ ସିସିଟିଭି ଧରିବ । ପରେ ଡାକରେ ଇ-ଚାଲାଣ ଘରକୁ ପଠାଯିବ । ଯଦି ଉଲ୍ଲଙ୍ଘନକାରୀ ଜୋରିମାନା ପୈଠରେ ବିଳମ୍ବ କରିବ ତେବେ ସେ ସୁଧ ଗଣିବେ ।

ସେହିପରି ସୁନ୍ଦରଗଡ଼ରେ ମଧ୍ୟ ଟ୍ରାଫିକ ଚେକିଂ ଆରମ୍ଭ ହୋଇଯାଇଛି । ୩ମଦୁଆ ଡ୍ରାଇଭରଙ୍କୁ ପୋଲିସ ଆଜି ଗିରଫ କରିଛି । ପିକ୍ଅପ ଡ୍ରାଇଭର, ଅଟୋ ଓ ଟ୍ରକ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେର ଫଗୁଆପଡ଼ାରେ ଚେକିଂ ଚାଲିଛି । ନୂଆ ମୋଟର ଯାନ ଆଇନ ଅନୁସାରେ ୧୦ଗୁଣା ଜୋରିମାନା ଲାଗୁ ହୋଇଛି ।

Get real time updates directly on you device, subscribe now.