fbpx

ଭାରସାମ୍ୟ ହରାଇ ରାଜପଥରୁ ତଳକୁ ଖସିଲା କାର, ,ଏୟାର ବ୍ୟାଗ୍ ଅଳ୍ପକେ ବର୍ତିଲେ ଡ୍ରାଇଭରଙ୍କ ଜୀବନ

ଜୟପୁର (ଭାସ୍କର ନ୍ୟୁଜ୍):  ଜୟପୁର ୨୬ନଂ  ଜାତୀୟ ରାଜପତର ଦାସରୀ ସାହି ନିକଟରେ ଭାରସାମ୍ୟ ହରାି ରାସ୍ତାତଳକୁ ଖସିଲା କାର୍।ଏୟାର ବ୍ୟାଗ୍ ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ଦାସରୀ ସାହି ନିକଟରେ ଏକ ବ୍ରିଜ ନିର୍ମାଣ ପାଇଁ ରାସ୍ତା ଖୋଲାଯାଇଥିବା ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସୂଚନା ମୁତାବିକ, ଗତକାଲି ସନ୍ଧ୍ୟାରେ ଏକ କାର (ସିଜି୧୮ ଜେ ୦୦୦୫)ବୋରିଗୁମ୍ମା ଠାରୁ ଜୟପୁର ଯିବା ସମୟରେ ଦାସରୀ ସାହି ନିକଟରେ ଜାଣିନପାରି ଜମି ଭିତରକୁ ଖସିପଡ଼ିଥିଲା କାର୍ । ନିର୍ମାଣାଧୀନ ବ୍ରିଜର ନିରାପଦ ଦୂରତା ପୂର୍ବରୁ ସୂଚନା ଫଳକ ଲାଗି ନ ଥିବାରୁ ହଠାତ୍ ଗାଡିର ଗତିରୋଧ ହୋଇ ନ ପାରି କାରଟି ୪ ଫୁଟ ଗର୍ତ୍ତରେ ପଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଗାଡ଼ି ଚାଳକ ଅଭିଯୋଗ କରିଛନ୍ତି।। ତେବେ ଦାମି  ଗାଡି ହୋଇଥିବାରୁ ସାମନାରେ ଥିବା ଏୟାର ବ୍ୟାଗ୍ ଯୋଗୁ  ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ରାସ୍ତାର ଅବ୍ୟବସ୍ଥା ପାଇଁ ସ୍ଥାନୀୟ ଯୁବଗୋଷ୍ଠି ରାସ୍ତା ରୋକ କରିବା ସହ ବିରୋଧ କରିଥିଲେ।

 

Get real time updates directly on you device, subscribe now.