ଏହି ଦେଶରେ ହସିବା ହେଉଛି ଅପରାଧ: ମିଳୁଛି ଜେଲଦଣ୍ଡ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଉତ୍ତର କୋରିଆର ପୂର୍ବତନ ସର୍ବୋଚ୍ଚ ଶାସକ କିମ୍ ଜଙ୍ଗ ଦ୍ୱିତୀୟଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଡିସେମ୍ବର ୧୭ ତାରିଖରେ ପାଳନ କରାଯାଇଛି । କିମ୍ ଜଙ୍ଗ ଦ୍ୱିତୀୟଙ୍କ ଏହି ୧୦ମ ଶ୍ରାଦ୍ଧ ବାର୍ଷିକ ଲାଗି ଉତ୍ତର କୋରିଆବାସୀଙ୍କୁ ୧୦ଦିନ ପାଇଁ ହସିବା ବାରଣ କରାଯାଇଛି । ଡିସେମ୍ବର ୧୭ ତାରିଖରୁ ଉତ୍ତର କୋରିଆବାସୀଙ୍କ ହସିବା ଉପରେ ୧୦ଦିନ ପାଇଁ ନିଷେଧାଦେଶ ଜାରି କରାଯାଇଛି ।
କୌଣସି ଲୋକ ସର୍ବସାଧାରଣରେ ଯଦି କେହି ହସୁଥିବା ଦେଖିବାକୁ ମିଳିବ ତେବେ ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ସହିତ ମଦ ପିଇବା, ରାସନ ସାମଗ୍ରୀ କିଣିବା ଓ ମନୋରଞ୍ଜନ କରିବା ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି ।
ଉତ୍ତର-କୋରିଆ ସରକାରଙ୍କ ଏପରି କଟକଣା ସମ୍ପର୍କରେ ସୀମାନ୍ତ ସିଞ୍ଜୁ ସହରର ଜଣେ ବାସିନ୍ଦା ରେଡିଓ ଫ୍ରି ଏସିଆକୁ କହିଛନ୍ତି । କିମ୍ ଜଙ୍ଗ ୨ୟଙ୍କ ଶ୍ରାଦ୍ଧବାର୍ଷିକ ନିମନ୍ତେ ଉତ୍ତରକୋରିଆ ସରକାର ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କିମଙ୍କ ଫଟୋ ପ୍ରଦର୍ଶନ ଆୟୋଜନ କରାଯାଇଛି । କିମ୍ ଜଙ୍ଗ ୨ୟଙ୍କନାମରେ ଏକ ଫୁଲକୁ ‘କିମଜୋଙ୍ଗିଲିଆ’ ନାମିତ କରାଯାଇଛି ।