fbpx
BSKY SKY
BSKY SKY

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ: ୧୧୨ ଜଣଙ୍କ ପ୍ରାଣହାନି

BSKY

ନୂଆଦିଲ୍ଳୀ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ରବିବାର ୬୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୨ ଛୁଇଁଛି । ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । ପ୍ରାୟ ୧୨ ଲକ୍ଷ ଲୋକ ଏହି ଟାଇଫୁନରେ ପ୍ରଭାବିତ ହୋଇଥିବା ବେଳେ ପୀଡିତ ବ୍ୟକ୍ତିଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋହୋଲ ପ୍ରଦେଶ ରାଜ୍ୟପାଳ ଆର୍ଥର ୟାପ ।

୭ ଲକ୍ଷ ୮୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୩ ଲକ୍ଷ ଲୋକ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ଭୂସ୍ଖଳନ ମଧ୍ୟରେ ଏବେବି ଅଧିକ ଲୋକ ଫସି ରହିଥିବା କାରଣରୁ ମୃତ୍ୟୁ ସଂଖ୍ୟା ଆଉ ବଢିବାର ସମ୍ଭାବନା ରହିଛି । ସେନା ପକ୍ଷରୁ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଷ୍ଟ୍ରପତି ରଡ୍ରିଗୋ ଡଟ୍ରେଟେ ସୂଚନା ଦେଇଛନ୍ତି । ଏହା ସହିତ ବିପର୍ଯ୍ୟୟ ମୁକାବିଲା ପାଇଁ ୨ ବିଲିୟନ ଡଲାରର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ପ୍ରଶାନ୍ତ ମହାସାଗର ଏବଂ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ଏହି ଟାଇଫୁନର ବେଗ ୧୯୫ କିମି ପ୍ରତି ଘଣ୍ଟା ରହିଥିବା ବେଳେ ଏହାର ସର୍ବାଧିକ ବେଗ ୨୭୦ କିମି ପ୍ରତି ଘଣ୍ଟା ରହିଥିଲା ।

Get real time updates directly on you device, subscribe now.