fbpx

ଭିକ ମାଗୁଛନ୍ତି ପୂର୍ବତନ ସରପଞ୍ଚ: ଜାଣନ୍ତୁ କଣ ରହିଛି କାରଣ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରପଞ୍ଚ ରହି ସାରିଥିବା ଜଣେ ମହିଳା ଭିକ୍ଷାବୃତ୍ତି କରୁଛନ୍ତି । ଅବିଶ୍ୱାସ ଲାଗୁଥିଲେ ହେଁ ଘଟଣାଟି ସତ । ଏମିତି ଏକ ଘଟଣା ଘଟିଛି ବାଦ ପାଲି ପଞ୍ଚାୟତରେ । ୨୦୧୭ରେ ସରପଞ୍ଚ ରହିଥିବା ହେମ ବର୍ତ୍ତମାନ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ୨୦୧୭ ମସିହାରେ ହେମଙ୍କ ପଞ୍ଚାୟତରେ ଅନୁସୂଚିତ ଜାତି ସଂରକ୍ଷଣ କାରଣରୁ ହେମ ନିର୍ବାଚିତ ହୋଇଥିଲେ । ପଞ୍ଚାୟତରେ ଆଉ ଅନୁସୂଚିତ ବର୍ଗର ଲୋକ ନଥିବାରୁ ହେମ ଅପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚିତ ହୋଇଥିଲେ ।
ସାଧାରଣତଃ ଲୋକ ୱାର୍ଡମେମ୍ବର ହେଲେ ସାତପୁରୁଷ ପାଇଁ ସମ୍ପତ୍ତି ସଞ୍ଚିତ କରି ରଖୁଛନ୍ତି । ହେଲେ ସରପଞ୍ଚ ହେବା ପରେ ମଧ୍ୟ ବଦଳିଲାନି ହେମଙ୍କ ଭାଗ୍ୟ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପାଲି ଗ୍ରାମର ଏହି ମହିଳା ଜଣଙ୍କର ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏବେବି ମାଗି ଯାଚି ଚଳୁଛନ୍ତି ହେମ ନାୟକ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.