fbpx

ବୈଜ୍ଞାନିକ ଖୋଜିଲେ ୧୩୦୬ ଗୋଡ଼ ଥିବା ଜୀବ, ରହୁଛି ପାତାଳରେ

ଯେବେଠାରୁ ଦୁନିଆ ଆରମ୍ଭ ହୋଇଛି ସେବେଠାରୁ ଅନେକ ଜୀବଜନ୍ତୁ ପୃଥିବୀରେ ରହିଆସୁଛନ୍ତି । ଅନେକ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ହଜାର ବର୍ଷରୁ ଏଠାରେ ରହିଆସୁଛନ୍ତି । ଆଉ କିଛି ଜୀବ ରହିଛନ୍ତି ଯାହା ବିଷୟରେ ଆମେ ଜାଣି ମଧ୍ୟ ନାହୁଁ । ବୈଜ୍ଞାନିକମାନେ ସମୟ ସମୟରେ ଏମାନଙ୍କର ଖୋଜ୍ କରିଥାନ୍ତି । ଏବେ ସେମାନେ ଏହିଭଳି ଏକ ଜୀବକୁ ଖୋଜିଛନ୍ତି ଯାହାକୁ ଦୁନିଆର ସବୁଠୁ ଅଧିକ ଗୋଡ଼ ଥିବା ଜୀବ ବୋଲି କୁହାଯାଉଛି ।

ବୈଜ୍ଞାନିକଙ୍କ ହାତରେ ଲାଗିଥିବା ଏହି ଜୀବ ଦୁନିଆର ପ୍ରଥମ ଏଭଳି ଏକ ମିଳିପିଡ ବୋଲି କୁହାଯାଉଛି ଯାହାର ଏକ ହଜାରରୁ ଅଧିକ ଗୋଡ଼ ରହିଛି ଏହା ଦ୍ୱାରା ସେ ଚାଲି ମଧ୍ୟପାରୁଛି । ଏହା ପୂର୍ବରୁ ମିଳିଥିବା ଅଧିକ ଗୋଡ଼ଥିବା ଜୀବର ୭୫୦ ଗୋଡ଼ ରହିଥିଲା । କିନ୍ତୁ ଏବେ ଯେଉଁ ଜୀବ ମିଳିଛି ତାହାର ୧୩୦୬ ଗୋଡ଼ ରହିଛି ।

ମିଲିପିଡ ଶବ୍ଦ ହିଁ ହଜାର ଗୋଡ଼କୁ ବୁଝାଏ । ଏମିତିରେ ଏହି ନୂଆ ଜୀବକୁ ମିଲିପିଡ କହିବା ଯୁକ୍ତି ଯୁକ୍ତ ବୋଲି କୁହାଯାଇପାରିବ । ବର୍ଜିନିଆର ଟେକ ୟୁନିଭର୍ସିଟି ଆଣ୍ଟୋମୋଲଜିଷ୍ଟ ପଲ ମାରେକଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ୟନ୍ତ ହଜାରେ ଗୋଡ଼ ଥିବା ମିଲିପଡ ଖୋଜାଯାଇନଥିଲା । ୧୦୦ ଗୋଡ଼ ଥିବା ମିଲିପିଡ ଅଧିକ ମିଳୁଥିଲେ ଯାହାକୁ ସେଣ୍ଟିପେଡ କୁହାଯାଏ । ଇଲାକ୍ମେ ପ୍ଲେନିସ୍ ନାମକ ମିଲିପିଡ ନାମରେ ସବୁଠୁ ଅଧିକ ୭୫୦ ଗୋଡ଼ ଥିବା ରେକର୍ଡ କରାଯାଇଥିଲା । ୧୩୦୬ ଗୋଡ଼ ଥିବା ମିଲିପିଡର ପ୍ରଜାତିର ନାମ ୟୁମିଲିପ୍ସ ପର୍ସେଫୋନ ଅଟେ । ଏହା ଭୁପୃଷ୍ଠରୁ ୨୦୦ ଫୁଟ୍ ତଳେ ରହିଥାନ୍ତି ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ ମିଳିଥବା ମିଲିପିଡର ବୟସ ୫-୧୦ ବର୍ଷ ହୋଇଥାଏପାରେ ।

ଏହି ଜୀବର ରଙ୍ଗ ହାଲୁକା ହଳଦିଆ ହୋଇଥାଏ । ଏହାର ଆଖି ନାହିଁ । ଏହା ଏକ ସୂତା ଭଳି ଦେଖିବାକୁ  । ୟୁମିଲିପ୍ସ ପର୍ସେଫୋନର ମୁଣ୍ଡ ଉପରେ ଆଇସକ୍ରିମ୍ କାଠି ପରି ଆଣ୍ଟିନା ରହିଛି ଯାହା ଏହାକୁ ଅନ୍ଧାରରେ ଚାଲିବାକୁ ସହଯୋଗ କରେ । ଏହି ଜୀବ ଫଙ୍ଗସ୍ ଖାଇ ଜୀବିତ ରହିଥାଏ । ପଲ ମାରେକ କହିଛନ୍ତି ଏହି ଜୀବର ଗୋଡ଼ ଗଣିବା ସହଜ ନଥିଲା । କାରଣ ଏହା ନିଜକୁ ଗୋଲ ଗୋଲ ଆକାରରେ ଗୁଡ଼ାଇ ନେଇଥିଲା । ଏହି ପ୍ରଜାତି ଅଧିକ ବର୍ଷ ବଞ୍ଚୁଥିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.