fbpx

ଘରୋଇ ଚାକିରିଆଙ୍କ ଅବସର ଚିନ୍ତା ଦୂର: ସରକାର ଆଣିଲେ ରିଟାୟରମେଣ୍ଟ ପ୍ଲାନ

ନୂଆଦିଲ୍ଲୀ: ଅବସର ପରର ଜୀବନ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ସରକାରୀ ଚାକିରିଆଙ୍କ ପାଇଁ ପେନସନ ବ୍ୟବସ୍ଥା ରହିଥିବା ବେଳେ ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସେମିତି କିଛି ସଙ୍ଗଠିତ ଯୋଜନା ରହି ନଥାଏ । ଏଥିପାଇଁ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ପଡିଥାଏ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି ଏକ ଯୋଜନା ଆସିଛି ଯାହାଦ୍ୱାରା ଘରୋଇ କ୍ଷେତ୍ରରେ କାମ କରୁଥିଲେ ମଧ୍ୟ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ଏହି ଯୋଜନାର ନାମ ଏନପିଏସ୍ ବା ନ୍ୟାସନାଲ ପେନସନ ସିଷ୍ଟମ ରଖାଯାଇଛି । ୨୦୦୪ରୁ କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଯୋଜନା କରାଯାଇଥିବା ବେଳେ ୨୦୦୯ରୁ ସମସ୍ତ ବର୍ଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି ।

୧୮ ବର୍ଷରୁ ୭୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ନିବେଶ କରି ପାରିବେ । ଏପରିକି ଏହି ନିବେଶକୁ ଆପଣ ଅବସର ପୂର୍ବରୁ ମଧ୍ୟ ଖର୍ଚ୍ଚ କରିପାରିବେ । ଅବସର ପୂର୍ବରୁ ଜଣେ ବ୍ୟକ୍ତି ଚାହିଁଲେ ନିଜର ୬୦ ପ୍ରତିଶତ ସଞ୍ଚୟ ଉଠାଇ ପାରିବେ । ଏପରିକି ଜଣେ ଗ୍ରାହକ ଚାହିଁଲେ ୩ ବର୍ଷ ପରେ ନିଜର ଆକାଉଣ୍ଟକୁ ବନ୍ଦ କରିପାରିବେ । ଏହା ସହିତ ଜଣେ ବ୍ୟକ୍ତି ଚାହିଁଲେ ନିଜ ପତ୍ନୀଙ୍କ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ । ଏହି ଯୋଜନାରେ ନିବେଶ କଲେ ୬୦ ବର୍ଷ ପରେ ପ୍ରତି ମାସ ଆପଣଙ୍କୁ ନିବେଶ ହିସାବରେ ଅର୍ଥ ରାଶି ମିଳିବ । ଏହା ସହିତ ଯଦି ୬୦ ବର୍ଷ ପୂର୍ବରୁ ପରଲୋକ ହୁଏ ତାହେଲେ ନୋମିନିଙ୍କୁ ଏହି ପେନସନ ରାଶି ପ୍ରଦାନ କରାଯିବ ।

ନ୍ୟାସନାଲ ପେନସନ ସ୍କିମକୁ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଚଳାଇ ପାରିବେ । ୮୦୦ସିଇ ଅନୁସାରେ ଜରେ ବ୍ୟକ୍ତି ୫୦ ହଜାର ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ । ଏହି ଯୋଜନାରେ ୬ ହଜାର ଟଙ୍କାର ସର୍ବନିମ୍ନ ନିବେଶ କରିବାକୁ ପଡିଥାଏ । ନ୍ୟୁନତମ ନିବେଶ ନ କଲେ ୧୦୦ ଟଙ୍କାର ଜୋରିମାନା ସହିତ ଆକାଉଣ୍ଟ ଫ୍ରିଜ କରି ଦିଆଯିବ । ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ସହିତ ଜଣେ ବ୍ୟକ୍ତିଙ୍କର କେବଳ ଗୋଟିଏ ଏନପିସି ଆକାଉଣ୍ଟ ଖୋଲାଯାଇପାରିବ ।

Get real time updates directly on you device, subscribe now.