fbpx

ଆୟକର ବିଭାଗର ଏହି ପଦରେ ନିଯୁକ୍ତି ସୁଯୋଗ, ୧୦ମ ଏବଂ ଗ୍ରାଜୁଏଟ କରିପାରିବେ ଆବେଦନ, ପଢ଼ନ୍ତୁ ସଂପୂର୍ଣ୍ଣ ଡିଟେଲ୍

ନୂଆଦିଲ୍ଲୀ: ଆୟକର ବିଭାଗରେ ଚାକିରି ଖୋଜୁଥିବା ଅଶାୟୀଙ୍କ ପାଇଁ ଭଲ ସୁଯୋଗ । ଆୟକର ବିଭାଗ ତରଫରୁ ସ୍ପୋର୍ଟ୍ସ କୋଟା ଅନ୍ତର୍ଗତ ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଅଫିସିଆଲ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୧ । ସମୁଦାୟ ୭ଟି ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି ।

ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ ୫ଟି ପଦ ଖାଲି ରହିଛି, ଆଶାୟୀଙ୍କ ପାଖରେ କୌଣିସବି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ ଆବଶ୍ୟକ । ଏହା ସହ ଡାଟା ଏଣ୍ଟ୍ରୀ ସ୍ପିଡ ୮୦୦୦ ଡିପ୍ରେସନ ପ୍ରତିଘଣ୍ଟା ହେବା ଦରକାର । ଆୟୁସୀମା ୧୮ ରୁ ୨୭ ।

ମଲ୍ଟି ଟାସ୍କିଂ ଷ୍ଟାଫ୍- ୨ଟି ପଦ, ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦକଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଦରକାର । ଆୟୁସୀମା ୧୮ ରୁ ୨୫ ରହିଛି ।

ତେବେ ଆବେଦନ କରିବା ପୂର୍ବରୁ ଭଲଭାବରେ ନୋଟିଫିକେସନକୁ ପଢ଼ିନିଅନ୍ତୁ । ଆଶାୟୀ ଏହି ଲିଙ୍କ ଦ୍ୱାରା ଅଫିସିଆଲ ନୋଟିଫିକେସନ ଦେଖିପାରିବେ ତଥା ଆବେଦନ କରିପାରିବେ । https://www.incometaxindia.gov.in/Lists/Recruitment%20Notices/Attachments/26/sports-quota-recruitment1-12-21.pdf

 

 

 

 

Get real time updates directly on you device, subscribe now.