fbpx

ଭଉଣୀକୁ ମଦ ପିଇ ମାଡ ମାରୁଥିଲା: ଭିଣେଇକୁ ଗଛରେ ବାନ୍ଧି ଦେଲେ ଉତ୍ତମ ମଧ୍ୟମ; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହିନ୍ଦୁ ବିବାହରେ ସାଧାରଣତଃ ଶଳା ବିଧାର ପରମ୍ପରା ରହିଥାଏ । ତେବେ ବାଲେଶ୍ୱରର ଭୋଗରାଇ ଅଞ୍ଚଳରେ ଜଣେ ଭିଣେଇକୁ ଶଳା ମାନେ ଗଛରେ ବାନ୍ଧି ମାଡ ମାରିଛନ୍ତି । ମଦ ପିଇ ଭଉଣୀକୁ ନିୟମିତ ମାଡ ମାରୁଥିବା କାରଣରୁ ଜ୍ୱାଇଁକୁ ନିର୍ଦ୍ଧୁମ ଛେଚିଛନ୍ତି ଶ୍ୱଶୁର ଘରେ । ଉତ୍ତମ ମଧ୍ୟମ ପରେ ଶେଷରେ ଜ୍ୱାଇଁକୁ ପୋଲିସକୁ ହସ୍ତାନ୍ତର ମଧ୍ୟ କରିଛନ୍ତି ।

ଭୋଗରାଇର ସାନ ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ସାନ ଗାଁର ହାଡିବନ୍ଧୁ ଜେନାଙ୍କ ଝିଅ ସବିତା ଦୀର୍ଘ ୨୦ ବର୍ଷ ଧରି ଜଗବନ୍ଧୁ ଜେନା ବିବାହ କରିଥିଲେ । ତେବେ ନିୟମିତ ଭାବରେ ମଦ ପିଇ ନିର୍ଯାତନା ଦେଉଥିଲେ ସ୍ୱାମୀ । ରବିବାର ଝଗଡା ପରେ ଜଗବନ୍ଧୁ ମାଡ ମାରି ସବିତାଙ୍କ ନାକ ଫଟାଇ ଦେଇଥିଲେ । ସବିତା ନିଜ ଦୁଇ ଭାଇଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ନେଇ ଯାଇଥିଲେ । ତେବେ ଘରକୁ ଆସି ପୁଣି ଆକ୍ରମଣ କରିବାରୁ ଦୁଇ ଶଳା ଭିଣେଇକୁ ଗଛରେ ବାନ୍ଧି ନିସ୍ତୁକ ଛେଚିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.