fbpx

ଛିଙ୍କିବା ସମୟରେ ଚେୟାରରୁ ତଳକୁ ପଡ଼ିଗଲେ ଡେଭିଡ୍ ୱାର୍ନର୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଅଷ୍ଟ୍ରେଲିୟା ମଧ୍ୟରେ ଚାଲିଥିବା ଆସେସ୍ ସିରିଜ୍ ର ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିୟା ନିଜର ସ୍ଥିତି ମଜବୁତ୍ କରିଛି । ପ୍ରଥମ ଇଂନିସରେ କଙ୍ଗାରୁ ଟିମ୍ ୯ ୱିକେଟ୍ ହରାଇ ୪୭୩ ରନ୍ ରେ ପାଳି ଘୋଷଣା କରିଛଇ । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨ ୱିକେଟ୍ ହରାଇ ଶେଷ ଖବର ସୁଦ୍ଧା ୯୨ ରନ୍ ରେ ବ୍ୟାଟିଂ କରୁଛି । ଏହି ମ୍ୟାଚ୍ ମଧ୍ୟରେ ଡେଭିଡ୍ ୱାର୍ନର୍ ଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓକୁ ଦେଖି ଆପଣ ମାନେ ମଧ୍ୟ ନିଜର ହସ ରୋକି ପାରିବେନି ।

ୱାର୍ନର୍ ଦ୍ୱିତୀୟ ପାଳିର ତୃତୀୟ ଦିନରେ ରନ୍ ଆଉଟ୍ ହୋଇଯାଇଥିଲେ । ଏହାପରେ ଯେତେବେଳେ ସେ ଡ୍ରେସିଂ ରୁମ୍ କୁ ଯାଇଥିଲେ ସେ ଛିଙ୍କି ଥିଲେ । ତେବେ ୱାର୍ନର୍ ଙ୍କ ଛିଙ୍କ ଏତେ ଜୋରରେ ଥିଲା ଯେ, ସେ ବସିଥିବା ଚେୟାର୍ ରୁ ତଳକୁ ପଡ଼ିଯାଇଥିଲେ । ଏହା ଦେଖି ପାଖରେ ବସିଥିବା ଅନ୍ୟ ଖେଳାଳୀ ମାନେ ମଧ୍ୟ ଚମକି ପଡ଼ିଥିଲେ । ୱାର୍ନର୍ ଙ୍କ ପାଖରେ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ଓ କୋଚ୍ ଜଷ୍ଟିନ୍ ଲେଙ୍ଗର୍ ବସିଥିଲେ । ୱାର୍ନରଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.