fbpx

BOX Officeରେ ନିଆଁ ଲଗାଇଲା ପୁଷ୍ପା: ଦୁଇ ଦିନରେ ଆୟ ୧୦୦ କୋଟି ପାର, ଫ୍ୟାନଙ୍କ ପସନ୍ଦ ସାମନ୍ଥାଙ୍କ Item ନମ୍ବର

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା: ଦ ରାଇଜ୍ ବକ୍ସ ଅଫିସରେ ଧମାଲ ମଚେଇଛି । ଫିଲ୍ମଟିକୁ ଦର୍ଶକ ବେଶକ ପସନ୍ଦ କରିଥିବା ବେଳେ ମାତ୍ର ଦୁଇ ଦିନ ମଧ୍ୟରେ ଏହା ୧୦୦ କୋଟି ଅତିକ୍ରମ କରିଛି । ଡିସେମ୍ବର ୧୭ ତାରିଖରେ ରିଲିଜ ହୋଇଥିବା ଫିଲ୍ମଟି ପ୍ରଥମ ଦିନରେ ୫୭.୪୩ କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନର ଆୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିଲେ ହେଁ ଫିଲ୍ମଟି ୧୦୦ କୋଟି କ୍ଲବରେ ପାଦ ରଖି ସାରିଥିବା ନେଇ ଟ୍ରେଡ ଆନାଲିଷ୍ଟ ରମେଶ ବାଲା ସୂଚନା ଦେଇଛନ୍ତି । ଦୁଇଟି ଭାଗରେ ନିର୍ମାଣ କରାଯାଇଥିବା ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଶାଚଳମରେ ରକ୍ତଚନ୍ଦନ ତସ୍କରଙ୍କ କାହାଣୀ ଉପରେ ଆଧାରିତ । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଦ୍ୱିତୀୟ ଭାଗ ୨୦୨୨ ମଧ୍ୟଭାଗରେ ରିଲିଜ ହେବ ବୋଲି ଜଣାପଡିଛି ।

ଫିଲ୍ମଟି ଏକାସାଥୀରେ ୫ଟି ଭାରତୀୟ ଭାଷାରେ ନିର୍ମାଣ ହୋଇଛି । ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ସହିତ ହିନ୍ଦି ଭାଷାରେ ଏହି ଫିଲ୍ମଟି ନିର୍ମାଣ ହୋଇଛି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫହାଦ ଫସିଲ ଫରେଷ୍ଟ ଗାର୍ଡ ଭୂମିକାରେ ନଜର ଆସିଥିବା ବେଳେ ସାମନ୍ଥା ରଥ୍ ପ୍ରଭୁ ଏକ ଆଇଟମ୍ ସଙ୍ଗରେ ନଜର ଆସିଛନ୍ତି । ସାମନ୍ଥାଙ୍କ ହଟ ଲୁକ୍ ପାଇଁ ଏହି ଗୀତଟିକୁ ଫ୍ୟାନ ମାନେ ବେଶ ପସନ୍ଦ କରିଛନ୍ତି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ସାଉଥ୍ ଆଫ୍ରିକା ପରି ଦେଶରେ ରିଲିଜ୍ ହୋଇ ପାରିନଥିବା ବେଳେ ସ୍ପାଇଡର ମ୍ୟାନ୍: ନୋ ୱେ ହୋମ ଠାରୁ ଏହାକୁ କଡା ଟକ୍କର ମିଳୁଛି ।

Get real time updates directly on you device, subscribe now.