ସାପ ଘଉଡ଼ାଇବା ଘର ମାଲିକଙ୍କୁ ପଡ଼ିଲା ମହଙ୍ଗା, ଅଜବ ନିଷ୍ପତ୍ତି ଯୋଗୁ ଜଳିଗଲା ୭ କୋଟିର ଘର

ୱାଶିଂଟନ୍‌:  ସାପକୁ ସମସ୍ତେ ଭୟ କରନ୍ତି । ଏହି ଜୀବ ଯଦି ଘରେ ପଶିଯାଏ ତେବେ ତାକୁ ଘଉଡାଇବା ପାଇଁ ମଣିଷ ସବୁ ଚେଷ୍ଟା ଆପଣାଇଥାଏ । ଅଧିକାଂଶ ଲୋକ ସାପକୁ ଏଡାଇବା ପାଇଁ ଉଦ୍ଧାରକାରୀ ଦଳ କିମ୍ବା ବନ ବିଭାଗ କର୍ମଚାରୀଙ୍କୁ ଡାକନ୍ତି । କିନ୍ତୁ ନିକଟରେ ଜଣେ ବ୍ୟକ୍ତି ନିଜେ ସାପ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଚକ୍କରରେ ସେ ନିଜର ହିଁ କୋଟି କୋଟି ଟଙ୍କାର କ୍ଷତି କରିପକାଇଲେ । ସାପ ଘଉଡାଇବାକୁ ଯାଇ ସେ ଜାଳିଦେଲେ ନିଜ ଘର । ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି ଏଭଳି କିଛି ଘଟଣା ।

ସିଏନ୍‌ଏନ୍‌ ରିପୋର୍ଟ ମୁତାବକ, ନଭେମ୍ବର ୨୩ ତାରିଖ ଦିନ ମଣ୍ଟଗୋମେରୀ କାଉଣ୍ଟିରେ ସ୍ଥିତ ଏକ ଘରକୁ ସାପମାନେ କବ୍‌ଜା କରିନେଇଥିଲେ । ଘର ମାଲିକା ସାପ ଉଦ୍ଧାରକାରୀ ଦଳକୁ ଡାକିବା ବଦଳରେ ନିଜେ ସାତ ଘଉଡାଇବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବାଡି ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ସାପମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ । ପରେ ସେ କୋଇଲା ଜାଳି ଧୂଆଁ କରି ସାପ ଘଉଡାଇବାକୁ ଚେଷ୍ଟା କରିଥିଲେ । ଫଳରେ କୋଇଲା ଆଞ୍ଚରୁ ନିଆଁ ବାହାରି ପ୍ରଥମେ ଘରର ବେସ୍‌ମେଣ୍ଟରେ ନିଆଁ ଲାଗିଥିଲା ପରେ ପୂରା ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା ।