fbpx
BJD SKY
BJD SKY

ଆଜି ବସିବ ରାଜ୍ୟ କ୍ୟାବିନେଟ୍: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିବ ମୋହର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଭର୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିବା ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନରେ ଉପସ୍ଥିତ ରହିବେ । ଏନେଇ ସରକାରଙ୍କ ପକ୍ଷରୁ ସମସ୍ତ ବିଭାଗରୁ ପ୍ରସ୍ତାବ ଲୋଡ଼ା ଯାଇଛି । ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାକୁ ଥିବାରୁ ଆଜିର କ୍ୟାବିନେଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

ଜଣାପଡ଼ିଛି ଯେ, ଇତିମଧ୍ୟରେ ସରକାରଙ୍କ ନିକଟକୁ ୫ଟି ପ୍ରସ୍ତାବ ଆସିଛି । ରାଜସ୍ୱ, ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି । କ୍ୟାବିନେଟରେ ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ନେଇ ପ୍ରସ୍ତାବ ରହିଛି । ଏଥିସହ ବାଗଚୀ ଦମ୍ପତିଙ୍କ ଉଦ୍ୟମରେ ଇନଫୋଭ୍ୟାଲିଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହେବ, ସେଥିଲାଗି ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିବାର ପ୍ରସ୍ତାବ ରହିଛି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.