fbpx
BJD SKY
BJD SKY

ନିଆଁ ପୁଇଁବା ବେଳେ ଜଳିଗଲେ ବୃଦ୍ଧା, ହୋଇଗଲା ମୃତ୍ୟୁ

BJD

ଦେବଗଡ଼(ଓଡ଼ିଶା ଭାସ୍କର): ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଖବର ଶୁଣିବାକୁ ମିଳିଛି ଦେବଗଡ଼ ଜିଲ୍ଲାରୁ । କଂସର ଫାଣ୍ଡି ଲଇଣ୍ଡା ଗାଁରେ ନିଆଁ ପୁଇଁବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଅସାବଧାନତା କାରଣରୁ ବୃଦ୍ଧାଙ୍କ ଲୁଗାରେ ହଠାତ୍ ନିଆଁ ଲାଗିଯାଇଥିଲା । ଆଉ ଦେଖୁ ଦେଖୁ ପୂରା ଶରୀରରେ ନିଆଁ ବ୍ୟାପିଯାଇଥିଲା । ଫଳରେ ସେ ଜୀଅନ୍ତା ଜଳିଯାଇଥିଲେ । ତିଲେଇବଣି ସ୍ୱାସ୍ଥ୍ୟକେନ୍ଦ୍ରରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Get real time updates directly on you device, subscribe now.