fbpx

Disney+ Hotstarର ଜବଦରସ୍ତ ଅଫର୍! ମାତ୍ର ୪୯ ଟଙ୍କାରେ ଫିଲ୍ମ ଓ ୱେବ ସିରିଜ ଦେଖିବାର ନିଅନ୍ତୁ ମଜା

ନୂଆଦିଲ୍ଲୀ: ଆଣ୍ଡ୍ରଏଡରେ ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମାସିକ ମୋବାଇଲ ପ୍ଲାନର ଟେଷ୍ଟ ଆରମ୍ଭ କରିଛି Disney+ Hotstar । ଏହି ମୋବାଇଲ ପ୍ଲାନ ସିଲେକ୍ଟ ପେମେଣ୍ଟ ପଦ୍ଧତି ଉପରେ ଏକ ପ୍ରାରମ୍ଭିକ ଅଫର ଅଧିନରେ ପ୍ରତିମାସକୁ ୪୯ ଟଙ୍କାରେ ଉପଲବ୍ଧ ହେବ । ଏହି ପ୍ଲାନରେ ଗୋଟିଏ ସମୟରେ କେବଳ ଗୋଟିଏ ଡିଭାଇସ ଲଗ ଇନ୍ ହେବ । ଆପଣଙ୍କୁ 720p HD ଭିଡିଓ ରେଜୋଲୁସନ ଓ ଷ୍ଟେରିଓ ସଡିଓ କ୍ୱାଲିଟି ମିଳିବ ।

ଏହି ପ୍ଲାନର ଡିଟେଲକୁ ସ୍କ୍ରିନସର୍ଟ ରେଡ୍ଡିଟରେ ପୋଷ୍ଟ କରାଯାଇଥିଲା । ତେବେ ମୂଳରୂପରେ ଏହାର ଦାମ୍ ୯୯ ଟଙ୍କା ରହିଛି, କିନ୍ତୁ ପ୍ରାରମ୍ଭିକ ଅଫର ଅଧିନରେ ଗ୍ରାହକମାନେ କାର୍ଡ, ପେଟିଏମ୍, ଫୋନପେ ବା ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ଏହାକୁ ୪୯ ଟଙ୍କାରେ ପାଇପାରିବେ ।

ତେବେ Hotstarର କଷ୍ଟମର ସପୋର୍ଟ ଅନୁସାରେ, ସେମାନେ ବର୍ତ୍ତମାନ ବଛା ବଛା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଉପରେ ଏହାର ଟେଷ୍ଟ କରୁଛନ୍ତି । Disney+ Hotstar ପାଇଁ ଏହା ହେଉଛି ପ୍ରଥମ ମାସିକ ପ୍ଲାନ୍ । ଅନ୍ୟ ସବସ୍କ୍ରିପସନ୍ ଅଫରଗୁଡିକ ଗୋଟିଏ ବର୍ଷ ପାଇଁ ରହିଛି, ଯେଉଁଥିରେ ୪୯୯ ଟଙ୍କାରେ ମୋବାଇଲ୍, ୮୯୯ ଟଙ୍କାରେ ସୁପର ଓ ୧,୪୯୯ ଟଙ୍କାର ପ୍ରିମିୟମ୍ ସାମିଲ ରହିଛି ।

Get real time updates directly on you device, subscribe now.