ନୂଆଦିଲ୍ଲୀ: ଖୁବଶୀଘ୍ର ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି । ଉଦ୍ଧବଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହୁନଥିବାରୁ ଏହି ଦାୟିତ୍ୱ ସେ ଆଉ କାହାକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି । ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ଏଭଳି ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । ଏହି ଖବର ପଛରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
ଚନ୍ଦ୍ରକାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଅନୁପସ୍ଥିତିରେ ବିଧାନସଭାର କାର୍ଯ୍ୟ ଚଳାଇବା ଠିକ୍ ହେବ ନାହିଁ । ତେଣୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ଆଉ କାହାକୁ ଦିଆଯିବ, ତା’ ଉପରେ ଆଲୋଚନା ହେବା ଦରକାର । ଏପରିସ୍ଥଳେ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ କିମ୍ବା ପତ୍ନୀ ରଶ୍ମୀଙ୍କୁ ଦାୟିତ୍ୱ ଦେବା ଦରକାର । ସୂଚନାଯୋଗ୍ୟ ଯେ, ନିକଟରେ ୬୧ ବର୍ଷୀୟ ଉଦ୍ଧବଙ୍କ ସ୍ପାଇନ ସର୍ଜରୀ ହୋଇଥିଲା । ତେଣୁ ସେ ନିଜ ଘରେ ରହି ସମସ୍ତ କାର୍ଯ୍ୟ କରୁଛନ୍ତି । ଦୀର୍ଘଦିନ ଧରି ସେ ଗଳା ବୀମାରିରେ ଜଡ଼ିତ ରହିଥିବାରୁ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଗତ ନଭେମ୍ବର ୧୦ରେ ସେ ହସ୍ପିଟାଲରେ ଭର୍ତ୍ତି ହେବା ସହ ୧୨ରେ ତାଙ୍କର ସର୍ଜରୀ କରାଯାଇଥିଲା ।
ଅପରପକ୍ଷେ ଚନ୍ଦ୍ରକାନ୍ତଙ୍କ ଏହି ମନ୍ତବ୍ୟକୁ ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକରେ ଖଣ୍ଡନ କରିବା ସହ ତାଙ୍କ ବାପା ଠିକ୍ ଥିବା କହିଛନ୍ତି । ସେହିପରି ବିଏମସି ମେୟର କିଶୋରୀ ପେଡନେକର କହିଛନ୍ତି ଯେ, ରାଜନୀତିକୁ ପରିବାରକୁ ଟାଣିବା ଅନୁଚିତ । ଏହାଦ୍ୱାରା ମହାରାଷ୍ଟ୍ର ରାଜନୀତି କେତେ ନିମ୍ନକୁ ଖସିଗଲାଣି ତାହା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ।
उद्धव ठाकरे को किसी और को कार्यभार सौंपना चाहिए- चंद्रकांत पाटिल#ShivSena | #Politics | @RakeshKTrivedi | #Maharashtra
अन्य Videos यहां देखें – https://t.co/ZoADfwSi4S pic.twitter.com/8QT4yHVvrS
— Zee News (@ZeeNews) December 22, 2021