fbpx

୨୦୦ କୋଟି ଠକେଇ ମାମଲା: ED ପାଇଁ ରାଜସାକ୍ଷୀ ହେବେ ନୋରା ଫତେହୀ

ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଦୁର୍ନୀତି ମାମଲାରେ ଇଡି ପାଇଁ ରାଜସାକ୍ଷୀ ପାଲଟିବେ ନୋରା ଫତେହୀ । ବୁଧବାର ମିଳିଥିବା ସୂଚନା ଅନୁଯାୟୀ ନୋରା ଏହି ମାମଲାରେ ରାଜସାକ୍ଷୀ ପାଲଟିବାକୁ ଯାଉଛନ୍ତି । ୨୦୦ କୋଟିର ଦୁର୍ନୀତି ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ଆସିଥିଲା । ଏହି ଦୁଇ ଅଭିନେତ୍ରୀଙ୍କୁ ଏକାଧିକ ଥର ଜେରା ପାଇଁ ଇଡି ଅଫିସକୁ ମଧ୍ୟ ଡକା ଯାଇଛି । ନୋରାଙ୍କୁ ସୁକେଶ ଏକ ବିଏମଡବ୍ଲ୍ୟୁ କାର ଉପହାର ଦେଇଥିଲା । ତେବେ ପରବର୍ତ୍ତୀ ସମୟରେ ତଦନ୍ତରୁ ସୁକେଶର ପତ୍ନୀ ଲିନା ମାରିଆ ପଲ ଏକ ଗୁଚି ବ୍ୟାଗ ଏବଂ ଆଇ ଫୋନ୍ ପ୍ରଦାନ କରିଥିବା ଜଣାପଡିଥିଲା ।

ଏହା ସହିତ ସୁକେଶର ପତ୍ନୀକ ଲିନା ମାରିଆ ପଲ ତାଙ୍କୁ ଏକ ଇଭେଣ୍ଟରେ ଯୋଗ ଦେବାକୁ ଆମନ୍ତ୍ରଣ ଦେଇଥିଲେ । ଡିସେମ୍ବର ୨୦୨୦ରେ ଚେନ୍ନାଇରେ ଏହି ଇଭେଣ୍ଟ ହୋଇଥିବା ବେଳେ ତାଙ୍କୁ ଇଭେଣ୍ଟ ପରେ ଉପହାର ଆକାରରେ ଏହି ସବୁ ଜିନିଷ ମିଳିଥିଲା । ସେ କୌଣସି ଅର୍ଥନୈତିକ ହେରଫେରରେ ସମ୍ପୃକ୍ତ ନଥିବା କହିଛନ୍ତି ନୋରା ଫତେହୀ । ଉଲ୍ଲେଖଯୋଗ୍ୟ ଯେ, ନିଜକୁ ପିଏମଓ ଅଧିକାରୀ ଭାବରେ ପରିଚିତ କରେଇ ଜେଲରେ ରହିଥିବା ରାନବାକ୍ସି ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଅଦିତିଙ୍କୁ ଲୁଟି ନେଇଥିଲେ । ଅଦିତିଙ୍କ ଠାରୁ ୨୧୫ କୋଟି ଟଙ୍କା ଲୁଟି ନେଇଥିବା ବେଳେ ସେ ବର୍ତ୍ତମାନ ଜେଲରେ ରହିଛନ୍ତି ।

Get real time updates directly on you device, subscribe now.