ରାଜସ୍ଥାନ: ରାଜସ୍ଥାନର ନାଗୋର ଜିଲ୍ଲାର ଜାଲସୁ ନାନକ ହାଲ୍ଟ ରେଲୱେ ଷ୍ଟେସନ ହୁଏତ ଦେଶର ଏକମାତ୍ର ରେଳ ଷ୍ଟେସନ ଯାହାକୁ ଗ୍ରାମୀଣ ଲୋକେ କେବଳ ଚାନ୍ଦା ଆଦାୟ କରି ଚଳାଇନଥିଲେ ବରଂ ଲାଭ ମଧ୍ୟ କରାଇଥିଲେ । ଏଠାରେ ଟିକେଟ କଲେକ୍ଟର ଟିସି ମଧ୍ୟ ଗ୍ରାମୀଣ ଅଟେ । ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଗ୍ରାମୀଣ ଦେଖାସୁଣାରେ ରହିଥିବା ଏହି ରେଳ ଷ୍ଟେସନକୁ ପୁଣି ଥରେ ଗ୍ରାମୀଣଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଛି । ଭାରତୀୟ ରେଳବାଇ ଏହି ଷ୍ଟେସନକୁ ମାସକୁ ୩୦ ହଜାର ଟଙ୍କାର ଆମଦାନୀ ହେଉଛି ।
ସୂଚନା ଅନୁଯାୟୀ, ରେଲୱେର ଏକ ପଲିସି ଅନୁଯାୟୀ ଯୋଧପୁର ରେଳ ମଣ୍ଡଳ ରେ କମ୍ ଆୟ ହେଉଥିବା ରେଳ ଷ୍ଟେସନକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ଜାଲସୁ ନାନକ ହାଲ୍ଟ ଷ୍ଟେସନ କୁ ୨୦୦୫ ରେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଆଉ ଏହାକୁ ବିରୋଧ କରି ଗ୍ରାମୀଣ ଲୋକମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ । ୧୧ ଦିନ ଧରି ଏହି ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଥିଲେ । ରେଲୱେ ଏହି ଷ୍ଟେସନକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଗ୍ରାମବାସୀଙ୍କ ନିକଟରେ ସର୍ତ୍ତ ରଖିଥିଲା ଯେ ଗ୍ରାମୀଣ ଏହି ରେଲୱେକୁ ଚଲାଇବେ ।ଏହା ସହ ସେମାନଙ୍କୁ ମାସକୁ ୧୫୦୦ ଟିକେଟ ଏବଂ ପ୍ରତିଦିନ ୫୦ ଟିକଟ ବିକିବାକୁ ହେବ ।
ଏହାକୁ ଗ୍ରାମବାସୀ ମାନେ ମାନିନେଇଥିଲେ, ଏବଂ ସେବେଠାରୁ ପ୍ରାୟ ଦେଢ଼ ଦଶନ୍ଧି ଧରି ଏହାର ରକ୍ଷଣାବେକ୍ଷଣ କରୁଥିଲେ । ପ୍ରାରମ୍ଭିକ ଦିନରେ ଆୟ କମ୍ ରହିଥିଲା ହେଲେ ଏହା ପରେ ବି ଗ୍ରାମବାସୀମାନେ ଯାତ୍ରା କରିବା ଜାରି ରଖିଥିଲେ । ଆଜି ପ୍ରତିମାସରେ ଷ୍ଟେସନରୁ ୩୦ ହଜାର ଟଙ୍କା ଆୟ ହେଉଛି । ପ୍ରତିଦିନ ୧୦ ରୁ ଅଧିକ ଟ୍ରେନ ମଧ୍ୟ ଚାଲୁଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେମାନେ ଅଣ୍ଟା ଭିଡ଼ିଥିଲେ ଷ୍ଟେସନକୁ ଚାଲୁ କରିବା ପାଇଁ ଏବଂ ଦେଢ଼ ଲକ୍ଷ ଟଙ୍କା ଚାନ୍ଦା ଭାବରେ ଆଦାୟ କରିଥିଲେ । ଯାହା ଦ୍ୱାରା ସେମାନେ ଟିକେଟ ତଥା ଅନ୍ୟାନ୍ୟ ଖର୍ଚ୍ଚରେ ଲଗାଇଥିଲେ । ଜଣେ ଗ୍ରାମୀଣଙ୍କୁ ଟିକେଟ ବିକ୍ରି ପାଇଁ ୫ ହଜାର ଟଙ୍କାରେ ନିଯୁକ୍ତ ମଧ୍ୟ କରିଥିଲେ ।