fbpx

ବ୍ଲାକହେଡ ସମସ୍ୟାରେ ପୀଡିତ କି? ଆପଣାନ୍ତୁ ଏହି ଘରୋଇ ଉପାୟ ମିଳିବ ଚମକ୍ରାର ରେଜଲ୍ଟ

ଆଜିର ନୁତନ ପିଢ଼ି ର ମହିଳା ହୁଅନ୍ତୁ କି ପୁରୁଷ ଏବେ ଅନେକଙ୍କ କ୍ଷେତ୍ରରେ ଚେହେରାରେ ବ୍ଲାକହେଡ଼୍ ସମସ୍ୟା ଦେଖା ଦେଉଛି । ଯାହାକି ଚେହେରା ର ସୁନ୍ଦରତାକୁ ନଷ୍ଟ କରିଥାଏ । ତେଣୁ ଏଥିପାଇଁ ପ୍ରାୟତଃ ଅଧିକାଂଶ ଲୋକ ପାର୍ଲର ଯାଇ ଏହାର ଉପଚାର କରାଇଥାଆନ୍ତି । କିନ୍ତୁ ଏହାର ଉପଚାର ପାଇଁ କିଛି ସରଳ ଘରୋଇ ଉପାୟ ରହିଛି ।

– ପାଣିରେ କିଛି ଗ୍ରୀନ୍-ଟି ପତ୍ର ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ପେଷ୍ଟକୁ ନେଇ ବ୍ଲାକହେଡ଼ ହୋଇଥିବା ସ୍ଥାନରେ ଲଗାଇ ୧୫ରୁ୨୦ ମିନିଟ ପରେ ଧୋଇବେ । ଏପରି କରିବା ଦ୍ୱାରା ଧିରେଧିରେ ଏହା ଦୂର ହୋଇଥାଏ ।

– କଂଚା ଅଣ୍ଡାର କେବଳ ଧଳା ଅଂଶକୁ ନେଇ ସେଥିରେ ମହୁ ପକାଇ ମିକ୍ସ କରିବେ । ତାପରେ ଏହି ମିଶ୍ରଣକୁ ନେଇ ତ୍ୱଚାରେ ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଲଗାଇ ଶୁଖିବା ଯାଏ ଛାଡ଼ିବେ । ଏହାପରେ ତ୍ୱଚାକୁ ଧୋଇ ସଫା କରିଦେବେ ।

– ଡ଼ାଲିଚିନି ପାଉଡ଼ରରେ,ଅଳ୍ପ ହଳଦୀ ପାଉଡ଼ର,ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ନେଇ ବ୍ଲାକହେଡ୍ସ ହୋଇଥିବା ସ୍ଥାନରେ ଲଗାଇ ଶୁଖିବା ଯାଏ ଛାଡ଼ିବେ । ଦେଖିବେ ଏପରି କରିବା ପରେ, ଫଳାଫଳ ନିଜେ ଅନୁଭବ କରି ପାରିବେ ।

Get real time updates directly on you device, subscribe now.