fbpx

ଯଦି ମୋ ବୟାନରେ ଅଶ୍ଵିନଙ୍କୁ ଆଘାତ ଲାଗିଛି, ତେବେ ମୁଁ ବହୁତ ଖୁସି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ : ରବିଚନ୍ଦ୍ରନ ଅଶ୍ଵିନ ନିକଟରେ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଖୁଲାସା କରିଥିଲେ। ଅଶ୍ଵିନ କହିଥିଲେ, କେଉଁଭଳି ତତ୍କାଳୀନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଦେଶରେ ଭାରତର ନମ୍ବର ଓ୍ଵାନ ବୋଲର କହିଥିଲେ। ଶାସ୍ତ୍ରୀଙ୍କ ଏହି ବୟାନ ଉପରେ ଅଶ୍ଵିନ ନିଜକୁ ଅସହାୟବୋଧ ମନେ କରିଥିଲେ। ତାଙ୍କୁ ଲାଗିଥିଲା ଯେ, ଦଳରେ ତାଙ୍କୁ ଏକାକୀ ଛାଡି ଦିଆଯାଇଛି।
ଅଶ୍ଵିନଙ୍କ ଏହି ଟିପ୍ପଣୀ ପରେ ରବି ଶାସ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି। ଶାସ୍ତ୍ରୀ କହିଛନ୍ତି, ଯଦି ଅଶ୍ଵିନଙ୍କୁ ମୋର ଏହି ବୟାନରେ ଆଘାତ ଲାଗିଛି, ତେବେ ଏହି ଟିପ୍ପଣୀ ଦେଇଥିବାରୁ ମୁଁ ବହୁତ ଖୁସି। ଶାସ୍ତ୍ରୀ କହିଛନ୍ତି, ଅଶ୍ଵିନ ସିଡନୀ ଟେଷ୍ଟ ଖେଳି ନଥିଲେ ଏବଂ କୁଲଦୀପ ଉକ୍ତ ମ୍ୟାଚ୍ରେ ଜବରଦସ୍ତ ବୋଲିଂ କରିଥିଲେ। ଏଥିପାଇଁ ଏହା ଉଚିତ୍ ଥିଲା ଯେ, ମୁଁ କୁଲଦୀପଙ୍କୁ ଆହୁରି ସୁଯୋଗ ଦିଏ। ଯଦି ଏଥିରେ ଅଶ୍ଵିନଙ୍କୁ ଆଘାତ ଲାଗିଛି ତେବେ ମୁଁ ବହୁତ ଖୁସି। ଏଥିରେ ତାଙ୍କୁ ଭିନ୍ନ କିଛି କରିବାକୁ ପ୍ରେରିତ କରିଛି। ମୋର କାମ ପ୍ରତିଟି ଖେଳାଳିଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେବାର ନାହିଁ।
ଶାସ୍ତ୍ରୀ କହିଛନ୍ତି, ଯଦି ଆପଣଙ୍କୁ କୋଚ୍ ଚ୍ୟାଲେଞ୍ଜ କରୁଛନ୍ତି, ତେବେ ଆପଣ କଣ କରିବେ ? କାନ୍ଦି କାନ୍ଦି ଘରକୁ ଯିବେ ନା ଚ୍ୟାଲେଞ୍ଜକୁ ଗ୍ରହଣ କରିବେ। ଜଣେ ଖେଳାଳିଙ୍କ ରୂପେ ଏହାକୁ ମୁଁ ଚ୍ୟାଲେଞ୍ଜ ଭାବେ ନେଉଛି, ଯଦ୍ଵାରା କୋଚ୍କୁ ଭୁଲ ସାବ୍ୟସ୍ତ କରାଯାଇ ପାରିବ। ଯଦି କୁଲଦୀପଙ୍କ ବୟାନ ଉପରେ ଅଶ୍ଵିନଙ୍କୁ ଯଦି ଆଘାତ ଲାଗିଛି, ତେବେ ମୁଁ ବହୁତ ଖୁସି ଯେ, ମୁଁ ଏହି ବୟାନ ଦେଇଛି। କିନ୍ତୁ ମୋ ଟିପ୍ପଣୀରେ ଅଶ୍ଵିନଙ୍କୁ କିଛି ଭିନ୍ନ କରିବାକୁ ଉତ୍ସାହ ମିଳିଛି ବୋଲି ଶାସ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.