fbpx

ଜଣେ ମହିଳାଙ୍କୁ ନେଇ ବଢ଼ୁଛି ସସପେନ୍ସ: ରିମାଣ୍ଡ ଖୋଲିବ ହତ୍ୟା ଯୋଜନା ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଉଛନ୍ତି ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟ । ତେବେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଛି । ଏହି ହତ୍ୟାକାଣ୍ଡରେ ଆଉ କେତେଜଣଙ୍କ ସମ୍ପୃକ୍ତି ଥାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

ତେବେ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଚିତ୍ତ ଚକ୍ରପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ । ସେଠାରେ ଅଶୋକ ଓ ଜଗନ୍ନାଥଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଏହାପରେ ତାଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିବା ବେଳେ ଜଣେ ମହିଳାଙ୍କୁ ନେଇ ଏହି ବିବାଦ ଘଟିଥିବା କୁହାଯାଇଛି । ପୂର୍ବରୁ ଜଗନ୍ନାଥ ଏକାଧିକବାର ଉକ୍ତ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲା । ହତ୍ୟା ଘଟଣା ରାତିରେ ସେ ଚିତ୍ତଙ୍କୁ ଧରି ମହିଳାଙ୍କ ଘରରେ ପହଞ୍ଚିଥିଲା । ସେଠାରେ ଉଭୟଙ୍କୁ ମହିଳାଙ୍କ ପରିବାର ଲୋକେ ଗାଳିଗୁଲଜ କରିଥିଲେ । ଗଡ଼ମୃଗଶିରା ବ୍ରିଜ ନିକଟ ଭାର୍ଗବୀ ନୂଆନଈ ବନ୍ଧରେ ମହିଳାଙ୍କ ସ୍ୱାମୀ ଅଶୋକ ତାଙ୍କର କିଛି ସହଯୋଗୀଙ୍କ ସହ ଚିତ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଏପରିକି ଚିତ୍ତଙ୍କୁ ଜୀବନ୍ତ ଅବସ୍ଥାରେ ସେମାନେ ନଦୀ ପାଣିକୁ ଫିଙ୍ଗିଦେଇଥିବା ନେଇ ମଧ୍ୟ ସୁରାକ୍ ମିଳିଛି । ଅନ୍ୟପଟେ ଦୁର୍ଘଟଣା ପରେ ପାଣିରେ ବୁଡ଼ି ଚିତ୍ତଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ତେବେ କ୍ରାଇମବ୍ରାଞ୍ଚ କିଛି ତଥ୍ୟ ଗୋପନ ରଖି ଏବେ ବି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.