‘୮୩’ ବକ୍ସ ଅଫିସ୍ କଲେକ୍ସନ: ପ୍ରଥମ ଦିନରେ ଆୟ ୧୩ କୋଟି
‘ସୂର୍ଯ୍ୟବଂଶୀ’, ‘ସ୍ପାଇଡର ମ୍ୟାନ: ନୋ ୱେ ହୋମ୍’ ତୁଳନାରେ ରହିଛି ପଛରେ
ରିଲିଜ୍ ହୋଇଛି ରଣବୀର ସିଂହ ଅଭିନୀତ ଫିଲ୍ମ ‘୮୩’ । ୧୯୮୩ ରେ ଭାରତର ପ୍ରଥମ ବିଶ୍ୱକପ୍ ବିଜୟ ଉପରେ ଆଧାରିତ ଫିଲ୍ମର କାହାଣୀ । ତେବେ ଶୁକ୍ରବାର ବକ୍ସ ଅଫିସ୍ରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଓପନିଂ ଧୀର ରହିଛି । ଫିଲ୍ମୁ ଏହାର ପ୍ରଥମ ଦିନରେ ୧୩ କୋଟିର ଆୟ କରିଛି, ଏବଂ କଲେକ୍ସନ ତୁଳନାରେ ‘ସୂର୍ଯ୍ୟବଂଶୀ’ ଓ ‘ସ୍ପାଇଡର ମ୍ୟାନ୍ ନୋ ୱେ ହୋମ୍’ ପଛରେ ରହିଛି । ଓପନିଂ କଲେକ୍ସନରେ ପ୍ରଥମ ଦିନରେ ସୂର୍ଯ୍ୟବଂଶୀ ୨୬.୨୯ କୋଟି କଲେକ୍ସନ କରିଥିବାବେଳେ ସ୍ପାଇଡର ମ୍ୟାନ ନୋ ୱେ ହୋମ୍ ୩୨.୬୭ କୋଟି କଲେକ୍ସନ କରିଥିଲା ।
ବକ୍ସ ଅଫିସ୍ ରିପୋର୍ଟ ଅନୁଯାୟୀ, ମେଟ୍ରୋପଲିଟିଆନ ସହରମାନଙ୍କରେ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ସେପଟେ ଫିଲ୍ମକୁ ନେଇ ରଣବୀର ସିଂହ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମର ରିଭ୍ୟୁ ଉପରେ ନଜର ରଖିଛନ୍ତି । ସୁନୀଲ ସେଟ୍ଟୀ, ତାହିରା କସ୍ୟପଙ୍କ ଭଳି ଅଭିନେତା ଫିଲ୍ମରେ ରଣବୀର ସିଂହଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି ।
ଭାରତର ପ୍ରଥମ ବିଶ୍ୱକପ୍ ବିଜୟ ଉପରେ ଫିଲ୍ମ ‘୮୩’ ର କାହାଣୀ ପର୍ଯ୍ୟବେସିତ । ଫିଲ୍ମରେ ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ କିଭଳି କପିଲ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ବିଶ୍ୱକପ୍ ଜିତିଥିଲା ତାହା ଦେଖିବାକୁ ମିଳିଛି । ଏହା ସହ ଫିଲ୍ମରେ ପଙ୍କଜ ତ୍ରୀପାଠୀ, ବୋମନ ଇରାନୀ, ସାକିବ ଅଲ୍ ହସନ୍ ଏବଂ ତାହିର ରାଜ ଭାସିନ ପ୍ରମୁଖ ନଜର ଆସିଛନ୍ତି ।