fbpx

ଭିଜିଲାନ୍ସ ଜାଲରେ ଜିଆରଏସ

ପୁରୀ,୭ ।୩(ଓଡିଶା ଭାସ୍କର): ପୁରୀ ଜିଲା ସତ୍ୟବାଦୀ ବ୍ଲକ୍ ସୁକଳ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ବା ଜିଆରଏସ ଛବିନାରାୟଣ ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଛବିନାରାୟଣଙ୍କୁ ଗିରଫ କରିଛି ପୁରୀ ଭିଜିଲାନ୍ସ । ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ କହି ବାମବରଡ଼ା ଗ୍ରାମର ଇନ୍ଦ୍ରମଣି ପଣ୍ଡାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି । ପରେ ଭିଜିଲାନ୍ସ ଅଧିକାରୀମାନେ ଛବିନାରାୟଣଙ୍କ ଘରେ ଚଢ଼ାଉ କରିଛନ୍ତି ।

Get real time updates directly on you device, subscribe now.