fbpx

ଆଜି ଜିଲ୍ଲା କୋର୍ଟରେ ହେବ ତପସ୍ୱିନୀ-ସୁମିତଙ୍କ ଶୁଣାଣି: କେଉଁ ଆଡ଼କୁ ଯିବ କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଘଟଣା ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ପାରିବାରିକ ମାମଲାର ଅନ୍ତ ଘଟୁନାହିଁ । ତେବେ ଆଜି ଏହି ଦମ୍ପତିଙ୍କର ମାମଲାର ରାୟ ଶୁଣାଇବେ କୋର୍ଟ । ତେଣୁ ଏହି ଘଟଣାରେ ଆଜି ପୁଣି ଏକ ମୋଡ଼ ଆସିପାରେ ବୋଲି ଆଶଙ୍କା କରାଯାଉଛି । ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନର ରାୟ ଆଜି ଜିଲ୍ଲା କୋର୍ଟରେ ପ୍ରକାଶ ପାଇବ । ତେବେ ମାସାଧିକ କାଳ ସୁମିତ ଓ ତପସ୍ୱିନୀଙ୍କ ମାମଲା ଜାରି ରହିଥିବା ବେଳେ ଆଜି ସୁଦ୍ଧା ସମାଧାନର ବାଟ ବାହାରି ପାରିନାହିଁ । ଆଜି ହୁଏତ କୋର୍ଟ ଏପରି କିଛି ଶୁଣାଣି କରିପାରନ୍ତି, ଯାହା ଏହି ଦମ୍ପତିଙ୍କୁ ଏକାଠି କରାଇବାରେ ସହାୟକ ହେବ, ଏହା ରାଜ୍ୟବାସୀ ଚାହୁଁଛନ୍ତି ।

ପୂର୍ବରୁ ସୁମିତଙ୍କ ଓକିଲ ଏସଡିଜେଏମଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ । ସେହିପରି ସୁମିତଙ୍କ ଘରେ ରହିବା ନେଇ ତପସ୍ୱିନୀଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ମଧ୍ୟ ପିଟିସନ ଦାୟର ହୋଇଥିଲା । ଏହି ଦୁଇଟି ପିଟିସନର ଶୁଣାଣି ଆଜି ଜିଲ୍ଲା କୋର୍ଟରେ ହେବ । ପୂର୍ବରୁ ଦୁହେଁ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଇବାରେ ଲାଗିଛନ୍ତି । ଗୋଟିଏ ପଟେ ସୁମିତ ୧୫ ଦିନିଆ ଛୁଟିରେ ରହିଥିବା ବେଳେ ଅପରପକ୍ଷେ ତପସ୍ୱିନୀ ଶ୍ୱଶୁର ଘର ଗେଟ ଭିତରେ ଧାରଣାରତ ରହିଛନ୍ତି । ଗତକାଲି ତପସ୍ୱିନୀ ଏକ ଭିଡିଓ ଶେୟାର କରି କାନ୍ଦି କାନ୍ଦି ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ । ସେ ଖୁସିରେ ରହିବା ପାଇଁ ଭଲ ପାଇ ବିବାହ କରିଥିଲେ, ମାତ୍ର ତାହା ସେ ପାଇଲେ ନାହିଁ ବୋଲି ଆକୁଳ କଣ୍ଠରେ ତପସ୍ୱିନୀ କହିଥିଲେ ।

Get real time updates directly on you device, subscribe now.