fbpx

କ୍ୟାନସର୍ ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ Vitamin B6ର ଅଭାବକୁ କରନ୍ତୁ ପୂରା, ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା

ଓଡ଼ିଶା ଭାସ୍କର ବ୍ୟୁରୋ: ଶରୀରକୁ ଯଦି ଉପଯୁକ୍ତ ମାତ୍ରାରେ ପୋଷକ ତତ୍ତ୍ୱ ନ ମିଳେ ତାହେଲେ ବିଭିନ୍ନ ପ୍ରକାରର ରୋଗ ମାଡ଼ିଆସେ । କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେଇ ହୁଏନାହିଁ । ଏହା ଦ୍ୱାରା ଆମ ଜୀବନଶୈଳୀ ଖୁବ୍ ପ୍ରଭାବିତ ହୋଇଥାଏ । ଫଳରେ କୌଣସି ନା କୌଣସି ପୋଷକ ତତ୍ତ୍ୱର ଅଭାବ ଶରୀରରେ ଦେଖାଦେଇଥାଏ । ଭିଟାମିନ୍ ବି କମ୍ପେ୍ଲକ୍ସ ଶରୀର ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ । ଏଥିରେ ଥିବା ଭିଟାମିନ୍ ବି୬ ନିରୋଗୀ ରହିବାରେ ସହାୟକ ହୋଇଥାଏ ।

ଭିଟାମିନ୍ ବି୬ରୁ ପାଇରୋଡକ୍ସିନ୍ ମଧ୍ୟ କୁହାଯାଇଥାଏ । ଏହା ମସ୍ତିସ୍କ ଓ ଇମ୍ୟୁନିଟିକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭିଟାମିନ୍ ବି୬ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାନସର୍ ସମସ୍ୟାକୁ କମ୍ କରିବାରେ କାମରେ ଆସେ । ତେବେ ଚାଲନ୍ତୁ ଆଉ କଣ ଫାଇଦା ଦେଇଥାଏ ଭିଟାମିନ୍ ବି୬ ।

 

ରକ୍ତରେ ଭିଟାମିନ୍ ବି୬ ଉପଯୁକ୍ତ ମାତ୍ରାରେ ରହିବା ଦ୍ୱାରା କ୍ୟାନସର୍ ସମସ୍ୟା ବହୁ ମାତ୍ରାରେ କମିଯାଇଥାଏ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ରହିଥାଏ ଯାହା କ୍ୟାସନର୍ ର ଆଶଙ୍କାକୁ କମ୍ କରିଦେଇଥାଏ । ଖାଲସ ସେତିକି ନୁହେଁ ଏହା ହାର୍ଟ ଆଟାକ୍ ଭଳି ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ । ଭିଟାମିନ୍ ବି୬ରେ ରକ୍ତରେ ହୋମୋସାଇଟିନ୍ ସ୍ତରକୁ ମେନଟେନ୍ କରେ ଯାହା ହାର୍ଟ ଆଟାକ୍ ଆଶଙ୍କାକୁ କମାଏ ।

ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଏହା ଅନେକ ଫାଇଦା ଦେଇଥାଏ । ରକ୍ତରେ ଭିଟାମିନ୍ ବି୬ ଉପଯୁକ୍ତ ମାତ୍ରାରେ ରହିବା ଦ୍ୱାରା ମହିଳାଙ୍କର ଋତୁସ୍ରାବ ପୂର୍ବରୁ ହେଉଥିବା ଯନ୍ତ୍ରଣା କୁ କମ୍ କରିଦେଇଥାଏ ।

 

Get real time updates directly on you device, subscribe now.