fbpx

ଇତିହାସରେ ପ୍ରଥମ: କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀ ସଂଖ୍ୟା

ନୂଆଦିଲ୍ଲୀ: କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଇତିହାସରେ ପ୍ରଥମ ଥର ପାଇଁ ଆତଙ୍କୀଙ୍କ ସଂଖ୍ୟା ୧୦୦ ତଳକୁ ଖସିଥିବା ସୂଚନା ମିଳିଛି । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି । କାଲିର ଏନାକଉଣ୍ଟର ପରେ ସଂଖ୍ୟା ୮୫/୮୬ ଥିବା କହିଛନ୍ତି ଆଇଜି ବିଜୟ ।

ତେବେ କାଲି କାଶ୍ମୀରରେ ଏନକାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଥିଲେ । ଅନନ୍ତନାଗ ଓ କୁଲଗାମ୍ ରେ ବୁଧବାର ଦିନ ଦୁଇଟି ଅଲଗା ଅଲଗା ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ଦୁଇଟି ପୃଥକ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ । ଗୁରୁବାର ଦିନ ପୋଲିସ୍ ଏ ସମ୍ପର୍କରେ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପାକିସ୍ତାନୀ ରହିଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ଆତଙ୍କବାଦୀ । ତେବେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ ଏନେଇ କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ତେବେ ସୁରକ୍ଷାବଳଙ୍କୁ କୁଲଗାମ୍ ଜିଲ୍ଲାର ମିରହମା ଅଞ୍ଚଳରେ ଆତଙ୍କବାଦୀ ଥିବା ଲୁଚି ରହିଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ସୁରକ୍ଷାବଳ ପୂରା ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ଗୁଳି ମାଡ଼ ହୋଇଥିଲା ।

Get real time updates directly on you device, subscribe now.