fbpx

କଳାଧନ ପ୍ରସଙ୍ଗ, ୨ ମାସରେ ସପ୍ତମ ଅନ୍ତରୀଣ ରିପୋର୍ଟ

କଟକ, ୭ା୩(ଓଡ଼ିଶା ଭାସ୍କର): କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇ ମାସରେ ସୁପ୍ରିମକୋର୍ଟରେ ସପ୍ତମ ଅନ୍ତରୀଣ ରିପୋର୍ଟ ଦାଖଲ କରିବାକୁ ହେବ । ନିର୍ବାଚନରେ କଳାଧନ କାରବାର ରୋକିବାକୁ ପ୍ରୟାସ ମଧ୍ୟ କରାଯାଇଛି । ଗତ ନିର୍ବାଚନରେ ଜବତ ଟଙ୍କାର ଅନୁଧ୍ୟାନ କରାଯାଉଛି । ଦେଶରେ ଆୟକର ଚଢ଼ାଉ ଉପରେ ମଧ୍ୟ ଆଲୋଚନା ହୋଇଛି ବୋଲି ଉପାଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.