ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବରେ ନୂଆ ବର୍ଷକୁ ସ୍ୱାଗତ କରିଛି ନ୍ୟୁଜିଲାଣ୍ଡ । ୨୦୨୨ର ପ୍ରଥମ ଦିନକୁ ସ୍ୱାଗତ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ସହର ଅକଲାଣ୍ଡରେ ପ୍ରଥମ ସ୍ଥାନ ଭାବରେ ନୂତନ ବର୍ଷ ପାଳନ କରିଛି । କରୋନା କାରଣରୁ ସେଲିବ୍ରେସନ ସାମାନ୍ୟ ଫିକା ରହିଛି ମାତ୍ର ତଥାପି ନ୍ୟୁଜିଲାଣ୍ଡରେ ଧୂମଧାମରେ ନୂତନ ବର୍ଷକୁ ସ୍ୱାଗତ କରାଯାଇଛି । ଏହା ସହିତ ଜିରୋ ନାଇଟ ସେଲିବ୍ରେସନ ମଧ୍ୟ ଜାରି ରହିଛି ।
ତେବେ ଓମିକ୍ରପ ସଙ୍କଟ କାରଣରୁ ଭାରତରେ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରାଯାଇଛି । ଦେଶର ବିଭିନ୍ନ ସହରରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପାର୍ଟି କରିବା ଉପରେ କଟକଣା ଜାରି କରାଯାଇଛି ।