fbpx

୪ ବର୍ଷର ବାଳିକାକୁ ଝୁଣିଗଲେ କୁକୁର, ମୁହଁ ସମେତ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ହୃଦୟଥରା ଘଟଣା ସାମନାକୁ ଆସିଛି । କିଛି ବୁଲା କୁକୁର ଗୋଟିଏ ୪ ବର୍ଷର ଶିଶୁକୁ ଚାରିପଟରୁ ଘେରି ଝୁଣିଦେଇଥିଲେ । ଯାହାଫଳରେ ଶିଶୁଟି ଖୁବ୍ ଜୋରରେ ଖଣ୍ଡିଆଖାବରା ହୋଇପଡ଼ିଥିଲା । ପିଲାଟି ଚିତ୍କାର କରିବାରୁ ଗୋଟିଏ ଯୁବକ ତାର ପାଟି ଶୁଣି କୁକୁରଙ୍କୁ ମାରି ପିଲାଟିକୁ ଉଦ୍ଧାର କରିଥିଲେ । ଏହି ସମୟର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ହେଉଥିବା ଭିଡିଓରେ ସଫା ସଫା ଦେଖିବାକୁ ମିଳିଛି ଯେ, ବୁଲା କୁକୁର ପିଲାଟିର ପଛରେ ଦୌଡ଼ୁଛନ୍ତି । ପିଲାଟି ପ୍ରଥମେ ସେମାନଙ୍କ ଠାରୁ ଦୂରକୁ ଯିବାକୁ ଚେଷ୍ଟା କରୁଛି, ସେତେବେଳେ କୁକୁର ମାନେ ତା ଉପରକୁ ହମଲା କରୁଛନ୍ତି । ୫ଟି କୁକୁର ପିଲାଟିକୁ ଚାରିପଟରୁ ଘେରି ଖଣ୍ଡିଆ କରିବାକୁ ଲାଗୁଛନ୍ତି । ଏହି ଘଟଣାରେ ପିଲାଟିର ମୁହଁ ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ଖୁବ୍ ଜୋରରେ କ୍ଷତ ହୋଇଯାଇଛି । ବର୍ତ୍ତମାନ ପିଲାଟିର ଅବସ୍ଥା ଶୋଚନୀୟ ଥିବା କୁହାଯାଉଛି । ସେ ଏବେ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛି ।

Get real time updates directly on you device, subscribe now.