fbpx
BSKY
BJD MC SKY
BJD MS SKY

ଓମିକ୍ରନ୍ ପଜିଟିଭ୍ ହେଲେ କେତେ ଦିନ ରହିବାକୁ ପଡ଼ିବ କ୍ୱାରେଣ୍ଟାଇନ୍? ଏପରି କହିଲେ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏଥିରେ କରୋନା ସଂକ୍ରମିତଙ୍କ ଭଳି କ୍ୱାରେଣ୍ଟାଇନ୍ ରେ ରହିବା ନିହାତି ଜରୁରୀ । ଏହି ପରିପ୍ରେକ୍ଷୀରେ ଯଦି କୌଣସି ବ୍ୟକ୍ତି ବିଦେଶ ଯାତ୍ରା କରି ଫେରୁଛନ୍ତି କିମ୍ବା କୌଣସି ଭାରତୀୟ ଓମିକ୍ରନ ଚିହ୍ନଟ ହେଉଛନ୍ତି ତେବେ କେତେ ଦିନ ଆଇସୋଲେସନ୍ କରିବାକୁ ପଡ଼ିବ ଓ କେତେ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ଆପଣ ମାନେ ଜାଣିଛନ୍ତି କି?

ଏହାକୁ ନେଇ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଭିକେ ପଲ୍ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଓମିକ୍ରନ୍ ଟେଷ୍ଟ କରାଇଛନ୍ତି ତେବେ ତାର ଫଳାଫଳ ନଆସିବା ପର୍ଯ୍ୟନ୍ତ ଘରେ କ୍ୱାରେଣ୍ଟାଇନ୍ ରେ ରୁହନ୍ତୁ । ଆଉ ଯଦି କେହି ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହେଲେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ପିରିଅଡ୍ କୁ ପୂରା କରନ୍ତୁ ଓ ରିପୋର୍ଟ ନେଗେଟିଭ୍ ନ ଆସିବା ପର୍ଯ୍ୟନ୍ତ ବାହାରକୁ ଯାଆନ୍ତୁ ନାହିଁ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ଦିନ ଦିଆଯାଇଥିବା ତଥ୍ୟ ମୁତାବକ, ଏବେସୁଦ୍ଧା ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମୋଟ ୧୫୨୫ ମାମଲା ସାମନାକୁ ଆସିଛି । ଏଥିରୁ ୫୦୦ ଜଣ ସୁସ୍ଥ ହୋଇସାରିଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୪୬୦ ମାମଲା ଚିହ୍ନଟ ହୋଇଛି । ସେହିପରି ଦିଲ୍ଲୀରୁ ୩୫୧, ଗୁଜରାଟରୁ ୧୩୬, ତାମିଲନାଡ଼ୁରୁ୧୧୭ ଓ କେରଳରୁ ୧୦୯ ଜଣ ଚିହ୍ନଟ ହୋଇସାରିଛନ୍ତି ।

Get real time updates directly on you device, subscribe now.