fbpx

କୋର୍ଟଙ୍କ ରାୟ ପରେ କିପରି ରହିଥିଲା ତପସ୍ୱିନୀଙ୍କ ପ୍ରତିିକ୍ରୟା? ଦେଖନ୍ତୁ Video

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲାର ଆଜି ସମାଧାନ କରିଛନ୍ତି ଜିଲ୍ଲା କୋର୍ଟ । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ ବୋଲି କୋର୍ଟ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଶୁଣିବା ପରେ ଖୁସିରେ କାନ୍ଦି ପକାଇଥିଲେ ତପସ୍ୱିନୀ । ଧର୍ମର ଜୟ ହୋଇଛି, ସତ୍ୟର ଜୟ ହୋଇଛି ବୋଲି ସେ କହିଥିଲେ । ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ ବୋଲି ତପସ୍ୱିନୀ କହିଛନ୍ତି ।

ତେବେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବେ ସୁମିତ । ୧୭ ହଜାର ଟଙ୍କା ପାଇବା ପରେ ଏକ ରସିଦ୍ ଦେବେ ତପସ୍ୱିନୀ । କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ସ୍ୱାମୀଙ୍କ ସହ ରହିବାକୁ ୪୪ ଦିନ ଧରି ଧାରଣାରେ ବସିଥସିଲେ ତପସ୍ୱିନୀ । ମଝିରେ କେବଳ ୭ ଦିନ କୋର୍ଟ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ଥିଲେ । ଆସିକା ଚିନିକଳ ଗେଷ୍ଟହାଉସରେ ସ୍ୱାମୀଙ୍କ ସହ ୭ ଦିନ ରହିଥିଲେ ।

Get real time updates directly on you device, subscribe now.